ସୌମ୍ୟାଙ୍କ ମୃତ୍ୟୁକୁ ନେଇ ଭବାନୀପାଟଣାରେ ଛାତ୍ର ଓ ଯୁବ ବିଜେଡ଼ିର ବିକ୍ଷୋଭ

ରାସ୍ତା ଅବରୋଧ ସହ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବାଲେଶ୍ବର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନ୍ୟାୟ ପାଇବାରୁ ବିଫଳ ହୋଇ ଆତ୍ମହୁତି ଉଦ୍ୟମ କରିଥିବା ପୀଡିତା ଛାତ୍ରୀଙ୍କ ଏମ୍ସ ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଭବାନୀପାଟଣା ସହରର ପିପଲନାଳ ବ୍ରିଜ ଜାତୀୟ ରାଜପଥ ୨୬କୁ ପ୍ରାୟ ୧ଘଣ୍ଟା କାଳ ଅବରୋଧ କରାଯାଇଥିଲା। ପୋଲିସର ହସ୍ତକ୍ଷେପ ପରେ ବିଜେଡି କର୍ମକର୍ତ୍ତା ପୋଲ ଉପରୁ ଉଠିଥିଲେ। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଅପାରଗତା ଯୋଗୁଁ ଜଣେ ନୀରିହ ଛାତ୍ରୀଙ୍କ ପ୍ରାଣ ଗଲା। ସରକାର ତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ ବୋଲି ବିଜେଡି ଗର୍ଜିଥିଲା। ଏହା ପରେ ରାଜ ରାସ୍ତା ଉପରେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଓ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ବିଜେଡ଼ି କର୍ମୀ। ସରକାର ବିରୋଧି ବିଭିନ୍ନ ନାରା ଦେବା ସହ ଭର୍ତ୍ସନା କରି ଅପାରଗର ଆଖ୍ୟା ଦେଇଥିଲେ ସରକାରଙ୍କୁ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ତ୍ରିଲୋଚନ ପାଣିଗ୍ରାହୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଟାଉନ ସଭାପତି ଧବଳେଶ୍ବର ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ସବିତା ପ୍ରଧାନ, ଶିବା ସାହୁ, କ୍ଷିରସିନ୍ଧୁ ନାଏକ, ଅମିତ ଯାଦବ, ମାନସ ସିନ୍ଦୂର, ପିତବାସ ବେହେରା, ଉତ୍ପଳ ଦାସ, ପରମାନନ୍ଦ ମାଝୀ, ସମିତା ନାୟକ, ଜୟଶ୍ରୀ ଅଗ୍ରୱାଲ, ନିଳାମ୍ବର ନାଏକ, ନବୀନ ନାୟକ, ପ୍ରାଣନାଥ ନାଏକ, ରାଜୀବ ଲୋଚନ ଶତପଥି, ଗଣେଶ ବାଗ, ଭୋଳାନାଥ ନାଗ, ଶେଖ୍ ମୁନାବର, ରଞ୍ଜୁକ୍ତା ପ୍ରଧାନ, ସମିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.