ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ବେହେରା ପୋଲରେ ଆଜି ସକାଳୁ ଗୋଟିଏ ସପୁରୀ ବୋଝେଇ (ସିଜି-୦୭-ସିଓ- ୧୫୭୫) ପିକଅପ୍ ଭ୍ୟାନ ରାସ୍ତା କଡକୁ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ଘଟି ନଥିବା ଜଣାଯାଇଛି। ଏହି ଭ୍ୟାନ୍ଟି ରାୟଗଡ଼ା ଜିଲ୍ଲା ଚାଟିକୋଣା ଠାରୁ ଭିଲେଇ ଅଭିମୁଖେ ଯାଉଥିଲାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ତେବେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।