ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଲାଞ୍ଜିଗଡ଼ ବ୍ଲକରେ କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର । ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ପୀଡିତାଙ୍କୁ ନ୍ୟାୟ ଦାବିରେ ୧୨ଘଣ୍ଟାଆ ଅଖ, ଚକ ବନ୍ଦ କରିଛି କଂଗ୍ରେସ। ଏଥିରେ ୮ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି । ଓଡ଼ିଶା ବନ୍ଦ ଡାକରାରେ ସକାଳୁ ସକାଳୁ ଲାଞ୍ଜିଗଡ଼ ବ୍ଲକର ବିଶ୍ଵନାଥପୁର, ଲାଞ୍ଜିଗଡ଼, ସିକେରକୁପା, ଲାଞ୍ଜିଗଡ଼ରୋଡ଼, ଛତ୍ରପୁର, କର୍ମଦ୍ଧା, ମୂଷାନାଳ, ବେନଗାଁ, ଲାଖବାହାଲି, ଗୋବର୍ଦ୍ଧନପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ, ବଜାର, ସମସ୍ତ କାର୍ଯ୍ୟାଳୟ,ସ୍କୁଲ,କଲେଜ ସବୁ ବନ୍ଦ ରହିଛି। ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ପୁଲିସ ମୁତୟନ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ସମ୍ପାଦକ ପ୍ରଦିପ ମାଝୀ, ବ୍ଲକ ସମ୍ପାଦକ ଗଣେଶ ବେହେରା, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ଦଶରଥ ପାତ୍ର, କର୍ଣ୍ଣ ସାହୁ, ମୁଲୁ ମାଝୀ, ଜୟରାମ ତାଣ୍ଡି, ସାଲେଶ କରୁଆଁ, ଜୋନ୍ ସଭାପତି ରାଜେନ୍ଦ୍ର ନାଏକ, ଯୁବ କଂଗ୍ରେସ ନେତା ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ମନୋଜ କୁମାର ମାଝୀ, ଭାସ୍କର ଚନ୍ଦନ, ସନ୍ୟାସୀ ବେହେରା, ରାଜେଶ କରୁଆଁଙ୍କ ସମେତ କଂଗ୍ରେସର ସକ୍ରିୟ ନେତା ଓ କର୍ମୀମାନେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ଲୋକେ ସ୍ୱତଃପ୍ରବୃତ ଭାବରେ ବନ୍ଦକୁ ସମର୍ଥନ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.