ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବାଲେଶ୍ୱର ଛାତ୍ରି ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା ଓ ତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି କଂଗ୍ରେସ ଦଳ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି । ଏହି ପରିପ୍ରେକ୍ଷିରେ ଆଜି ଗୋଲାମୁଣ୍ଡା କଂଗ୍ରେସ ପକ୍ଷରୁ ଗୋଲାମୁଣ୍ଡା ବନ୍ଦ କରାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଆବରୋଧ କରି ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ । ରାଜ୍ୟ କଂଗ୍ରେସ ଏସସି ସେଲର ସଧାରଣ ସଂପାଦକ ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ୍ଦ ପାଳନରେ ବ୍ଲକର କୋଣ ଅନୁକୁଣରୁ ଆସିଥିବା କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ସମସ୍ତ ଅଫିସ, ବ୍ୟାଙ୍କ ତଥା ଦୋକାନ ବଜାର ବନ୍ଦ କରିଥିଲେ । ଏହି ବନ୍ଦ ପାଳନ ସକାଳ ୭ ଘଣ୍ଟାରେ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି । ଏହି ବନ୍ଦ ପାଳନରେ ବ୍ଲକ କଂଗ୍ରେସ ସଭାପତି ନଉକେଶ୍ୱର ପୁଟେଲ, ବରିଷ୍ଠ କଂଗ୍ରେସ ନେତା ନରହରି ବାଗ, ଜଗୁ ପ୍ରସାଦ ରାଉତ, ସୋମେଶ୍ୱର ମୁନି, ଅନିଲ ମଲ୍ଲିକ, ଲମ୍ବୁ ଜାଲ, ଗୌରାଙ୍ଗ ମାଝୀ, ଅଗସ୍ତି ମାଝୀ, ଭଗବାନ ସାହୁ, ଯୁଧେଷ୍ଠି ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।