ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ସହ ଚିକିତ୍ସା କରାଇଲା ବୁଢ଼ାରଜା ସ୍ବେଛାସେବୀ ସଂଗଠନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର- ବଲାଙ୍ଗୀର ରାସ୍ତାର ସିଆଲିଝୁରୀ ଛକ ଠାରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ସହ ଚିକିତ୍ସା କରାଇଲା ବୁଢ଼ାରଜା ସ୍ବେଛାସେବୀ ସଂଗଠନ । ସୂଚନା ଯୋଗ୍ୟ ଯେ ଅତି ଦୟନୀୟ ଅବସ୍ଥାରେ ସିଆଲିଝୁରୀ ଠାରେ ଜଣେ ଅଜଣା ବୃଦ୍ଧା ପଡି ରହିଥିବା ଏବଂ ସେ ସାମାନ୍ୟ ମାନସିକ ଗ୍ରସ୍ତ ଥିବା ଖବର ପାଇ ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ ଉଦ୍ଧାର କରିଥିଲା । ଉଦ୍ଧାର କରିବା ପରେ ତା ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପୋକ ସାଲୁବାଲୁ ହେଉଥିବା ଦେଖି ତୁରନ୍ତ ବଲାଙ୍ଗିର ଭୀମଭୋଇ ମୂଖ୍ୟ ଚିକିତ୍ସାଳୟରେ କିଛି ଚିକିତ୍ସା କରିବା ପରେ ସୋନପୁର ସ୍ଥିତ ଅନୁଷ୍ଠାନ ଗୃହକୁ ଆଣିଥିଲେ । ଏବଂ ପରଦିନ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ମାନେ ପୁଣି ତାର ମୁଣ୍ଡରୁ ପୋକ ସଫା କରିବା ପରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡ଼ାକ୍ତର ରୋଗୀ କୁ ଏଠାରେ ଚିକିତ୍ସା ପାଇଁ ମନା କରିବା ସହ ପୁଣି ବଲାଙ୍ଗୀର ମେଡିକାଲ କୁ ନେଇ ସେଠାରେ ଚିକିତ୍ସା କରାଇବା ପାଇଁ ସ୍ବେଚ୍ଛାସେବୀ ଙ୍କୁ କହିଥିଲେ। କିନ୍ତୁ ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ଶିବ ଶଙ୍କର ନାଏକ ସେ ଜଣେ ଅସହାୟ ରୋଗୀ ତାର କେହି ନ ଥିବା ଏବଂ ପୁଣି ସଂଗଠନ ପକ୍ଷରୁ ସୁବିଧା କରି ଦିନେ ଦୁଇଦିନ ମଧ୍ୟରେ ନେବୁ ବୋଲି କହିବା ପରେ ମଧ୍ୟ ସମ୍ପୃକ୍ତ ଡାକ୍ତର ଏଠାରେ ଉଚ୍ଚ ଚିକିତ୍ସା ହୋଇ ପାରିବ ନାହିଁ ବଲାଙ୍ଗୀର ନେଇ ଯିବାକୁ ବାରମ୍ବାର କହିଥିଲେ। ପରେ ଯଦି ରୋଗୀ କୁ ରଖାହେବ ସଙ୍ଗଠନକୁ ଲିଖିତ ଦେବାକୁ ସମ୍ପୃକ୍ତ ଡାକ୍ତର ତାଗିଦ କରିଥିଲେ। କିନ୍ତୁ ପରେ ସଂଗଠନ ର ସଦସ୍ୟ ମାନଙ୍କ ହସ୍ତକ୍ଷେପ ପରେ ମେଡିକାଲ ରେ ରୋଗୀ ଙ୍କୁ ଭର୍ତ୍ତି କରିଥିଲେ। ଏବଂ ଗୋଟେ ଦିନ ପରେ ଆଜି ବଲାଙ୍ଗୀର ମେଡିକାଲ କୁ ନେଇ ଉତ୍ତମ ଚିକିତ୍ସା କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଏହି ଘଟଣା ଜାଣିବା ପରେ ନିଶ୍ଚିତ ମୃତ୍ୟୁ ମୁଖରୁ ଅସହାୟ ରୋଗୀକୁ ବଞ୍ଚାଇ ଥିବାରୁ ବୁଦ୍ଧିଜିବୀ ମାନେ ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ କୁ ଭୂୟସୀ ପ୍ରଶଂସା କରୁଥିବା ବେଳେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଙ୍କ ଏତାଦୃଶ ମନୋଭାବ ତଥା କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.