ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମାଜ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଡୁକୁମ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷମକଟକ ଥାନାରେ ଏତଲା ଦେଇଥିଲେ । ଏତଲା ପୂର୍ବରୁ ଆବାସିକ ବିଦ୍ୟାଳୟକୁ ବିଷମକଟକ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଆସି ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ | ଶିକ୍ଷୟତ୍ରୀ ସମ୍ପୃକ୍ତ ଛାତ୍ରୀକୁ ପୁଙ୍ଖା ନୁ ପୁଙ୍ଖ ପଚାରିବା ପରେ ସେ ଛୁଟିରେ ଘରକୁ ଯାଇଥିବା ସମୟରେ ମାମୁଁ ପୁଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିବା ସ୍ବୀକାର କରିବାରୁ ଥାନାରେ ଏତଲା ଦେଇଥିଲେ | ଆବାସିକ ବିଦ୍ୟାଳୟର ଏତଲାକୁ ଆଧାର କରି ବିଷମକଟକ ପୋଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।