ଦେଢଶୁରର କୋଦାଳ ଚୋଟରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମୃତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଢେପାଗୁଡା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦେଢଶୁରର କୋଦାଳ ଚୋଟରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତ ସ୍ୱାସ୍ଥ୍ୟ କର୍ମୀ ଜଣକ ହେଲେ ସୁରେନ୍ଦ୍ରୀ ସାରାକା ବୟସ ୪୦ । ସେ କଲ୍ୟାଣ ସିଂହପୁର ସଦର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ କର୍ମି ଭାବେ କାର୍ଯ୍ୟରତ ରହିଥିଲେ | ପୂର୍ବ ଜମି ଜମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା | ଉକ୍ତ କଳହକୁ ନେଇ ଆଜି ସକାଳ ସମୟରେ ସୁରେନ୍ଦ୍ରୀ ସାରାକା ନିଜ ଘରେ ରୋଷେଇ କରୁଥିବା ସମୟରେ ତାଙ୍କୁ କୋଦାଳ ସାହାଯ୍ୟରେ ମୁହଁ ଓ ମୁଣ୍ଡକୁ ବାରମ୍ବାର ହାଣିଥିଲେ ଦେଢଶୁର ଲତ୍ରା ପ୍ରେପାକା । ପରେ ଖବର ପାଇ ତାଙ୍କ ସ୍ୱାମୀ ପ୍ରେପାକା ବୋଇମାଝୀ ତାଙ୍କୁ କଲ୍ୟାଣ ସିଂହପୁରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ରାୟଗଡା ନେବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଛନ୍ତି । ଅପର ପକ୍ଷେ ଅଭିଯୁକ୍ତ ପ୍ରେପାକା ଲତ୍ରା କଲ୍ୟାଣସିଂହପୁର ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି । ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.