ବିପୁଳ ପରିମାଣର ଗଞ୍ଜେଇ ସହ ମାକ୍ସ ପିକଅପ ଜବତ; ୩ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ତରଭା ଥାନା ଅନ୍ତର୍ଗତ ରାଣୀସର୍ଡା ଛକ ଠାରେ ୯ କ୍ଵିଣ୍ଟାଲ ଗଂଜେଇ ସହ ବଲେରୋ ପିକଅପ ଗାଡି ଜବତ କରାଯାଇଥିବାର ଜଣାଯାଇଛି I ସୂଚନା ଅନୁଯାୟୀ ଶୁକ୍ରବାର ଭୋର ସକାଳ ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏକ ବୋଲେରୋ ପିକଅପ ତେଲନଦୀ ବ୍ରିଜ ପାର ହୋଇ ତରଭା ରାସ୍ତାରେ ଆସୁଥିବା ବେଳେ ପୋଲିସ ଗାଡ଼ିକୁ ଚକମା ଦେଇ ଜୁରାବନ୍ଧ- ବାନବହାଲ ହୋଇ ଗାଡିରେ ଦ୍ରୁତ ଗତିରେ ରାଣୀସର୍ଡା ପଟକୁ ଫେରାର ମାରୁଥିଲା । ଖୋଦ୍ ଏସପି ଏବଂ ଏଡିସିନାଲ ଏସପି ଙ୍କ ନେତୃତ୍ୱରେ ପୋଲିସ ଟିମ୍ ପିଛା କରି ଗୋଡେଇ ଗୋଡେଇ ତରଭା ଓ ମେଣ୍ଡା ପୋଲିସର ମିଳିତ ସହଯୋଗ ରେ ପିକଅପ ଗାଡିକୁ ବୁଡ଼ା- ଅର୍ଜୁନପୁର ରାସ୍ତା ରାଣିସର୍ଡା ଛକ ନିକଟରେ କାବୁ କରିଥିଲେ l ବୋଲେରୋ ଗାଡ଼ି ରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ଥିବା ଜଣାପଡିଥିଲା । ଗାଡି ରୁ ପ୍ରାୟ ୯୩୦ ପ୍ୟାକେଟ ଗଞ୍ଜେଇ ସହ ଝାର ତରଭା ଅଞ୍ଚଳ ର ତିନିଜଣ ଯୁବକ ଙ୍କୁ ଗିରଫ କରିବା ପରେ ମାଜିଷ୍ଟ୍ରେଟ ଦୀପ୍ତିମୟୀ ଭୁଏ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ବେଳେ ଜବତ ଗଞ୍ଜେଇ ର ପରିମାଣ ୯ କୁଇଣ୍ଟାଲ ୩୫ କେଜି ହୋଇଥିଲା I ଏହାର ଆନ୍ତର୍ଜାତୀୟ ବଜାରରେ ଆନୁମାନିକ ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ଅତିରକ୍ତ ଏସପି କେ. ହରି ପ୍ରସାଦ ପ୍ରମୁଖ ଘଟଣା ସ୍ଥଳରେ ତଦାରଖ କରିଥିଲେ I ଗାଡ଼ି କୁ ପାଇଲଟିଂ କରୁଥିବା ବାଇକ ଆରୋହୀ ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଥିଲା। ଏହି ବଡ଼ ଧରଣର ଗଞ୍ଜେଇ ଚୋରା଼ ଚାଲାଣ କାରବାର ଧରପଗଡ଼ରେ ମେଣ୍ଡା ଫାଣ୍ଡି ଅଧିକାରୀଙ୍କ ସହ ପୋଲିସ ଦଳ ଏବଂ ତରଭା ପୋଲିସ ଥାନା ଅଧିକାରୀ ସାମିଲ ଥିଲେ I ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗଞ୍ଜେଇ ଦେଖିବା ପାଇଁ ବାଟୋଇଙ୍କ ଭିଡ଼ ଜମିଥିଲା I ଏହି ଗଞ୍ଜେଇ ଚୋରା ଚାଲାଣ ପଡୋଶୀ ଛତିଶଗଡ ଦେଇ ବାହାରକୁ ପାରି ହେଉଥିବା ସନ୍ଦେହ କରାଯାଉଥିବା ବେଳେ ଆନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କ ସହିତ ସମ୍ପର୍କ ରହିଥିବାର ଆଶା କରାଯାଉଛି I ଚଳିତ ଜୁଲାଇ ୧ ତାରିଖ ରେ ତରଭା ପୋଲିସ ୬ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା l ଏ ନେଇ ସାଧାରଣ ଲୋକେ ପୋଲିସ ବିଭାଗ ତଥା ନୂଆ ଏସପି ନାରାୟଣ ନାୟକ ଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.