ସନ୍ଦେହ ଘେରରେ ବିବାହିତା ମହିଳାଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର, ସ୍ଵାମୀ ଥାନାରେ ଅଟକ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ବିବାହିତା ମହିଳା ଅନୁ ବ୍ରେକବାଡା ବେକରେ ରଶି ଲଗେଇ ଥିବା ଅବସ୍ଥାରେ ସନ୍ଦେହଜନକ ମୃତ୍ୟୁକୁ ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଷମକଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ସ୍ତ୍ରୀ ଅନୁ ବ୍ରେକବାଡାଙ୍କ ଦେହ ଅସୁସ୍ଥ ଅଛି କହି ସ୍ଵାମୀ ମକର କାଡ୍ରାକା ବିଷମକଟକ ସରକାରୀ ଡ଼ାକ୍ତରଖାନରେ ଅନୁଙ୍କୁ ଭର୍ତ୍ତି କରିଥିଲେ । ଚିକିତ୍ସା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସନ୍ଦେହ ହେବାରୁ ଡାକ୍ତର ବିଷମକଟକ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଵାମୀ ମକର କାଡ୍ରାକାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଚନ୍ଦ୍ରପୁର ଥାନା ଅନ୍ତର୍ଗତ କାର୍ଡପାଙ୍ଗା ଗ୍ରାମର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବେ ବିଷମକଟକ ଥାନା ଅନ୍ତର୍ଗତ ଚାଞ୍ଚରାଗୁଡ଼ା ଗ୍ରାମ ମାଠିଆ ସାହିର ମକର କାଡ୍ରାକାଙ୍କୁ ବିବାହ କରିଥିବା ବେଳେ ବାରମ୍ବାର ମକର ସ୍ତ୍ରୀ ଅନୁଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲା । ଗତ କାଲି କୌଣସି କାରଣରୁ ମାରପିଟ୍ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଘରେ ରଶି ଲଗାଇ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଡାକ୍ତରଙ୍କୁ ଅନୁ ଅସୁସ୍ଥ ଥିବା ଦର୍ଶାଇଥିଲା  । ତେଣୁ ପାରିପାର୍ଶ୍ଵିକ ଘଟଣାକୁ ଦୃଷ୍ଟିରେ ରଖି ନିଜେ ସ୍ଵାମୀ ମକର ସ୍ତ୍ରୀ ଅନୁକୁ ହତ୍ୟା କରିଦେଇଥିବା ଅନୁର ବାପଘର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ଗୁରୁତର ସହ ନେଇ ବିଷମକଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ସମେତ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.