ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍- ୨ ପାଇଁ ସବ୍ କମିଟି ବୈଠକ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ାର ସାଇ ପ୍ରିୟା ନଗର ଦ୍ୱିତୀୟ ଲାଇନ୍ ମିନି ପାର୍କ ଠାରେ ରାୟଗଡ଼ା ଟେଲେଣ୍ଟ ଆୱାର୍ଡ଼ ସିଜନ୍ ଦୁଇ ୨୦୨୫ କାର୍ଯ୍ୟକ୍ରମ ଅୟୋଜନ ପାଇଁ ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୦ ତାରିଖ ରବିବାର ଦିନ ରାୟଗଡ଼ାର ବିଜୁ ପଟ୍ଟନାୟକ ଅଡିଟୋରିଅମ୍ ଠାରେ ମହାସମାରୋହ ରେ ଆୟୋଜିତ ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ବର୍ତ୍ତମାନ ପର୍ୟ୍ୟନ୍ତ ବିଭିନ୍ନ ବର୍ଗରେ ୩୨୦ ଜଣ କଳାକାର ପଞ୍ଜୀକୃତ ହେଇ ସାରିଥିବା ବେଳେ ପବ୍ଲିକ ଭୋଟିଂ ମଧ୍ୟ ସରି ଯାଇଛି । ଏହା ପରେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ଯୋଗ୍ୟ ବିବେଚିତ କଳାକାର ଙ୍କୁ ମଞ୍ଚରେ ସାର୍ଟିଫିକେଟ ସହ ପୁରସ୍କୃତ କରାଯିବ ଏବଂ ସମାଜରେ ବିଶେଷ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯିବାର ବ୍ୟବସ୍ଥା କରାଯିବ । ଜିଳ୍ଲାର କଳାକାର ମାନଙ୍କୁ ଉଚ୍ସାହିତ ଓ ପ୍ରସ୍ଚାହିତ କରିବା ସହ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କରାଯିବାର ମୂଖ୍ୟ ଉଦ୍ଧେଶ୍ୟ ବୋଲି ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ତଥା ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର ବଛା ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅନେକ କଳାକାର ଏବଂ କୋର୍ କମିଟିରୁ ଚୟନ ନୂତନ ସବ୍ କମିଟି ସଦସ୍ୟ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.