ଘରେ ପଶି ବୃଦ୍ଧାଙ୍କୁ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଗତ ୧୨ତାରିଖ ବିଳମ୍ବିତ ରାତିରେ ଶୋଇ ଥିବା ଅବସ୍ଥାରେ ଜଣେ ବୃଦ୍ଧା ମହିଳାକୁ ଗଲାକାଟି ହତ୍ୟା କରି ଅଭିଯୁକ୍ତ ଫେରାର ମାରିଥିଲା ଫେରାର ୬ ଦିନ ପରେ ଭବାନୀପାଟଣା ସଦର ପୋଲିସ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନଙ୍କ ପରିବାର ଲୋକେ ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁରେ ଦୀର୍ଘ ୧୦ବର୍ଷ ହେଲା ପୋଡୁ ଚାଷ କରି ବସବାସ କରିଆସୁଥିଲେ। ଜନନୀଙ୍କ ସ୍ୱାମୀ ମଙ୍ଗଲୀ ହରିଜନ ୫ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ତିନିଟି ଝିଅ ନିଜ ଗାଁ ତାଳବରା ଠାରେ ରହୁଥିଲେ। ମୂଷିଗୁଡା ସ୍ଥିତ ଘରେ ଜନନୀ ହରିଜନ (୬୧) ଓ ସୁଦାମା ହରିଜନ(୪୦) ଦୁଇଜଣ ମହିଳା ରାତିରେ ଶୋଇଥିବାବେଳେ ଉକ୍ତ ଗାଁର ସଂଜୀବ ନାଏକ (୨୦)ରାତିରେ ଆସି ଜନନୀ ନାଏକଙ୍କୁ ଗଳକାଟୀ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ମାରିଥିଲା। ଏନେଇ ମୃତକଙ୍କ ପୁଅ ପ୍ରଦୀପ ହରିଜନ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଥାନା ଅଧିକାରୀ ସୋମ୍ୟରଞ୍ଜନ ପଧାନ, ଏସଆଇ ସୁନିତା ସେଠି ସମେତ କଳାହାଣ୍ଡି ସାଇନ୍ସଟିଫିକ ଟିମ ଓ କେ ନାଇନ ଡଗ୍ ସ୍କୁଆଡ଼ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୩୨୪/୨୫ ରେ ଧାରା ୧୦୩(୧) ବିଏନଏସ )ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି କରିଥିଲେ ତଦନ୍ତ ୬ଦିନ ପରେ ଅଭିଯୁକ୍ତକୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଥିଲେ ଶେଷରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଛି ବୋଲି ପୋଲିସ ଆଗରେ ସ୍ବାକାର କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତଙ୍କୁ କେସ ନଂ ୨୩୪/୨୫ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣା କରିଥିବା ସଦର ଥାନା ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.