ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଠୁ ଚାଷୀ ପଞ୍ଜିକରଣ ଆରମ୍ଭ

ଓଡିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଚାଷୀ ପଞ୍ଜିକରଣ ଆରମ୍ଭ ନେଇ ପ୍ରେସ ଇସ୍ତାହାର ମାଧ୍ୟମରେ ଅବଗତ କରଯାଇଛି । ସରକାରଙ୍କ ପତ୍ର ସଂଖ୍ୟା ୧୨୩୩୧/ ତା୧୬/୦୭ ଅନୁଯାୟୀ ଜୁଲାଇ ୧୯ ତାରିଖ ଠାରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଷୀ ଭାଇ ଓ ଭଉଣୀ ମାନେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସଂସ୍ଥା (PACS) ରେ ନିଜ ନିଜର ପଞ୍ଜିକରଣ କରିବାକୁ ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଅନୁରୋଧ କରିଛନ୍ତି । ଚଳିତ ବର୍ଷ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ଆଧାର ଭିତ୍ତିକ E-KYC କରିବା ଓ ବ୍ୟାଙ୍କ ଏକାଉଣ୍ଟ ଗୁଡ଼ିକର ଆଧାର ସଂଯୋଗୀ କରଣ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏଥର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପୁନଃ ନବୀକରଣ ନ ହୋଇ ନୂତନ ଭାବେ ପଞ୍ଜିକରଣ କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.