ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ, ଉଜୁଡ଼ି ଗଲା ପରିବାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅର୍ନ୍ତଗତ ବକଟି ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମୃତ୍ୟୁ। ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଲୋଇସିଂହା ଅଞ୍ଚଳରୁ। ଘରେ ଇଲେକ୍ଟ୍ରୀ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଜଣ ଙ୍କ ମୃତୁ ଘଟିଥିବା ଘଟଣା ସାମ୍ନା କୁ ଆସିଛି। ମୃତକ ଜଣକ ହେଲେ ବକଟି ଗାଁର ସୌରୁତ୍ତମ୍ ପ୍ରଧାନ। ବିଦ୍ୟୁତ ଆଘାତ ଲାଗିଥିବା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସୌରୁତ୍ତମ୍ କୁ ବଲାଙ୍ଗିର ଡ଼ାକ୍ତରଖାନା ଅଣାଯାଇଥିଲା। ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମେଡ଼ିକାଲ ଫାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଆଧିକ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଚ୍ଛି। ଏହି ଘଟଣା ପରେ ବକଟି ଗାଁରେ ଶୋକର ସାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.