ସ୍ୱାମୀର ଗୁଳିରେ ସ୍ତ୍ରୀ ଗୁରୁତର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ସ୍ୱାମୀର ଗୁଳିରେ ସ୍ତ୍ରୀ ଗୁରୁତର | ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଚୁଲ୍ହାଦର୍ହ ଗାଁରେ | ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ, ନିଜ ସ୍ତ୍ରୀ ନୀର ମଲ୍ଲିକକୁ ଚଢେଇ ମରା ବନ୍ଧୁକରେ ଗୁଳି ମାରିଦେଇଥିଲା | ଗୁରୁତର ଅବସ୍ଥାରେ ନୀରକୁ ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା |ସର୍ଜରୀ ୱାର୍ଡରେ ଚିକିତ୍ସା ଜାରୀ ରହିଛି | ଛାତିରେ ଗୁଳି ବାଜିଥିବା ବେଳେ, ଏବେ ବି ଗୁଳି ଭିତରେ ରହିଯାଇଛି | ଅପରେସନ କରି ଗୁଳି କଢ଼ାଯିବ | ପାରିବାରିକ ଝଗଡାରୁ ମଦ ପିଇ ନିଶାସକ୍ତ ଅବସ୍ଥାରେ ଗୁଳି କରିଥିବା ଚର୍ଚ୍ଚା ହେଉଛି | ପାଟଣାଗଡ଼ ପୋଲିସ ହସପିଟାଲ ଭିତରୁ ଗୁଳି ମାରିଥିବା ପ୍ରହଲ୍ଲାଦକୁ ଗିରଫ କରିଛି | ବନ୍ଧୁକରେ ଗୁଳି ଭର୍ତି କରୁଥିବା ସମୟରେ, ଫାୟାର ହୋଇ ସ୍ତ୍ରୀ ଛାତିରେ ଗୁଳି ବାଜିଥିବା ଗିରଫ ସ୍ୱାମୀ କହିଛି | ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.