ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବର୍ତ୍ତମାନ ସାରା ରାଜ୍ୟରେ ବିଷାକ୍ତ ସାପ କାମୁଡାରେ ଅନେକ ଜୀବନ ଅକାଳରେ ଚାଲିଗଲାଣି। ଏନେଇ ସାପ କାମୁଡାକୁ ନେଇ ସାରା ରାଜ୍ୟରେ ଭୟ। ସାପ କାମୁଡାରୁ କିମିତି ବଞ୍ଚିବେ ଏନେଇ ଅନେକ ସଚେତନନା ସୃଷ୍ଟି କରାଯାଉଅଛି। ହେଲେ ଯୁବକଙ୍କ ଅଜବ ମାନସିକତା ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ଯୁବକ ଏକ ନାଗସାପ କୁ କାମୁଡ଼ି ଛିଣ୍ଡାଇ ଥିବା ଦେଖିବାକୁ ମିଳିଛି । ଯୁବକଙ୍କ କାମୁଡ଼ାରେ ନାଗସାପଟି କିଛି ସମୟ ଛଟପଟ ହୋଇ ମରିଯାଇଥିଲା। ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରାନାରେ ଭର୍ତି କରିଥିଲେ। ସୂଚନା ଅନୁଯାୟୀ ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ତେମାଞ୍ଚନ ଭୋଇ ନିଶାସକ୍ତ ଅବସ୍ଥାରେ ଏକ ନାଗସାପକୁ ପାଟିରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଏହା ଦେଖି ପରିବାର ଲୋକେ ଭାୟରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହପିଟାଲରେ ତେମାଞ୍ଚନ କୁ ଭର୍ତ୍ତି କରିଥିଲେ। ସେ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ସୂଚନା ମିଳିଛି। ଗ୍ରାମର ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ତେମାଞ୍ଚନ ସିଧସଳଖ ନାଗସାପକୁ କାମୁଡ଼ି ଛିଣ୍ଡାଇ ନାହାଁନ୍ତି। ସାପଟି ତାଙ୍କ ଘର ଭିତରେ ପଶି ଯାଇଥିବାରୁ ସେ ଠେଙ୍ଗାରେ ମାରିବା ପରେ ପାଟିରେ ଧରି ଗାଁରେ ବୁଲୁଥିବା ଦେଖିଛନ୍ତି ଗାଁ ଲୋକେ।