ପ୍ରଶାନ୍ତ ମେହେର ହେଲେ ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ସଭାପତି

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ଟିଟିଲାଗଡ ଡିଭିଜନ ଅନ୍ତର୍ଗତ କୁମ୍ଭାରୀ କଳ୍ୟାଣ ମଣ୍ଡପ ଠାରେ ଡିଭିଜନ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଦେଷ୍ଟା ଶୁରେଶ ମହାନନ୍ଦ, ଟିଟିଲାଗଡ ସମ୍ପାଦକ ଛବିଳ ସିଂ ଚିଣ୍ଡା, ଦେଓଗାଁ ରେଞ୍ଜ ସଭାପତି ବାଞ୍ଛାନିଧି ପଧାନ ଓ ଟିଟିଲାଗଡ ଡିଭିଜନର ବହୁ ସିଜିନାଳ କର୍ମଚାରୀ ଉପସ୍ଥିତ ଥିଲେ । ସମସ୍ତଙ୍କ ସମ୍ମତିକ୍ରମେ ପ୍ରଶାନ୍ତ କୁମାର ମେହେରଙ୍କୁ ଟିଟିଲାଗଡ ଡିଭିଜନ ସଭାପତି ଓ ଘନଶ୍ଯାମ ସାହୁଙ୍କୁ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟ ବିଷୟଗୁଡ଼ିକ ଆଳୋଚନା କରାଯିବା ସହ ସମସ୍ତେ ଏକତାର ପରିଚୟ ସୃଷ୍ଟିକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଦିକନ୍ଦ ଭୋଇ, ଟିକେଶ୍ବର ଭୋଇ, ଜଳନ୍ଧର ଦାଶ, ସମିର ପଟ୍ଟନାୟକ, ପଞ୍ଚାନନ ନାୟକ, ହରି ସାହୁ, ସନ୍ତୋଷ ଦାସ, ସମିର ମିଶ୍ର, ମକରଧ୍ବଜ ଧରୁଆ ଶୁଶିଳ ଖର୍ସେଲ, ରମେଶ ନାଗ ଓ ଶୁରଥ ଧରୁଆ ବହୁ ଟିଟିଲାଗଡ ଡିଭିଜନର ସିଜିନାଳ କର୍ମଚାରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.