ବେନଗାଁ ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ଼ ବ୍ଲକ ବେନଗାଁ ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବେନଗାଁ ଅଞ୍ଚଳବାସୀ। ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଳକ ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠନ ହୋଇଛି।ଏହି ୨୬ ଗୋଟି ପଞ୍ଚାୟତକୁ ନେଇ ଜିଲ୍ଲା ପରିଷଦ ଜୋନ୍-୧ ଏବଂ ଜୋନ୍-୨ରେ ବିଭାଜନ କରାଯାଇଥିଲା। ଜୋନ୍-୨ ରେ ରହିଥିବା ୧୩ ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତର ଗାଁ ଗୁଡିକୁ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁର ଯିବାପାଇଁ ୫୫ କିଲୋମିଟର ପଡୁଥିବା ବେଳେ ଅଞ୍ଚଳବାସୀକୁ ବ୍ଳକ କାର୍ଯ୍ୟାଳୟ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତମାନ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପାଇଁ ଅନେକ ଯୋଜନା ଆସୁଥିବା ବେଳେ ଉପାନ୍ତ ଅଞ୍ଚଲକୁ ଠିକ୍ ଭାବରେ ପହଞ୍ଚି ପାରୁନାହିଁ ଓ ଅନେକ ସମୟରେ ବାଟମାରଣା ହେଉଥିବା ବେଳେ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହେଉଛି। ତେବେ ବର୍ତ୍ତମାନ ଓଡିଶା ସରକାରଙ୍କ ନୂତନ ଗାଇଡ଼ଲାଇନ ଅନୁସାରେ ୨୦ ବର୍ଷରେ ଥରେ ନୂତନ ବ୍ଲକ ପୁନର୍ଗଠନ ପାଇଁ ପ୍ରାବଧାନ ରହିଅଛି। ସେହି ପ୍ରାବଧାନ ଅନୁସାରେ ବେନଗାଁ ଠାରେ ନୂତନ ବ୍ଳକ ସ୍ଥାପନ କରିବା ପାଇଁ ବିଜେପୁର, ମାଳିଯୁବାଙ୍ଗ, ପାହାଡ ପଦର, ଲାଖବାହାଲି, ବେନଗାଁ, ଲାଞ୍ଜି, କାନକୁଟ୍ରୁ, ଭଟାଙ୍ଗପଦର, ଗୁଣ୍ଡରୀ, ଜଗନ୍ନାଥପୁର, ତ୍ରିଲୋଚନପୁର, କୁମଖାଳ, ସମେତ ବନ୍ଦପାରି, ପଞ୍ଚାୟତବାସୀ ଏକତ୍ରିତ ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମହା ମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଲୋକସଭା ସାଂସଦ ମାଳବିକା ଦେବି,ରାଜ୍ୟସଭା ସାଂସଦ ସୁଜିତ କୁମାର ସେଟଙ୍କୁ ଆଗରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ବେଳେ ପୁଣି ଥରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଉପାନ୍ତ ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.