ଜୟପାଟଣା ବ୍ଲକ ଯାଦବ ସମିତି ନିର୍ବାଚନ: ପୁନଃ ସଭାପତି ହେଲେ ଶତ୍ରୁଘନ ରାଉତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ସ୍ଥାନୀୟ ପି.ଆର. ପ୍ୟାଲେସ ଠାରେ ଜୟପାଟଣା ବ୍ଲକ ଯାଦବ ସମିତି ପୁନଃଗଠନ ନେଇ ଏକ ବୈଠକ ସଭାପତି ସତ୍ରୁଘନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟିରୁ ଶଙ୍କର ପ୍ରଶାଦ ଜୁଏଡ ଓ ଗୌରହରି ବାଗ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କାର୍ଯ୍ୟ ସଂପାଦନ କରିଥିଲେ। ସର୍ବ ସମ୍ମତି କ୍ରମେ ଜୟପାଟଣା ବ୍ଲକ ଯାଦବ ସମିତିର ନୂତନ ସଭାପତି ଭାବେ ଶତ୍ରୁଘନ ରାଉତ, ଉପସଭାପତି ଭାବେ ସରୋଜ କୁମାର ବାରିକ, ସାଧାରଣ ସମ୍ପାଦକ ଭାବରେ ଋଷିମଣି ରାଉତ, ଯୁଗ୍ମ ସମ୍ପାଦକ ଭାବରେ ରୁକଚନ ବାଗ ଓ କୋଷାଧ୍ୟକ୍ଷ ଭାବେ ଅର୍ଜୁନ ବଗର୍ତ୍ତୀ ମନୋନୀତ ହୋଇଛନ୍ତି। ବୈଠକରେ ୭ ଗୋଟି ଆଞ୍ଚଳିକ ଯାଦବ ସମିତିର କାର୍ଯ୍ୟକର୍ତ୍ତା, ଯାଦବ ପ୍ରେମୀଙ୍କ ସମେତ ଲିଙ୍ଗରାଜ ରାଉତ, ଦିଲ୍ଲିପ ରାଉତ, ଅଶ୍ୱିନୀ ତାଣ୍ଡି, କୁଞ୍ଜବିହାରୀ ଖଡ଼ିକାର, ନବକିଶୋର ବନ୍ଦିଛୋଡ, ନିଳାଞ୍ଚଳ ନାଗ, ଜଗନ୍ନାଥ ରାଉତ ଓ ଲିଙ୍ଗରାଜ ନାଏକ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯାଦବ ଏକତା ଓ ଯାଦବ ଉତ୍ଥାନ ଦିଗରେ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଥିବା ଶତ୍ରୁଘନ ରାଉତ ପୁନଃ ଜୟପାଟଣା ବ୍ଲକ ସଭାପତି ଭାବେ ମନୋନୀତ ହୋଇଛନ୍ତି। ତାଙ୍କ ପାଖକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.