ଓଡ଼ିଆ ବାର୍ତ୍ତା/ ସଇଁତଲା (ଓଡ଼ିଆ ବାର୍ତ୍ତା): ଗବେଷିକା ଡଃ ଦେବସ୍ମିତା ବଳ ହିନ୍ଦୀରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ସେ ଉକ୍ତ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗରେ ଗବେଷଣା ତତ୍ତ୍ଵାବଧାରକ ଭାବେ ନିୟୋଜିତ ଥିବା ଡଃ. ଅଭିଷେକ ଶର୍ମାଙ୍କ ଅଧିନରେ ଗବେଷଣା କରୁଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୧୩ତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଃ. ଦେବସ୍ମିତାଙ୍କୁ ଡକ୍ଟରେଟ ଡ଼ିଗ୍ରୀ ପ୍ରଦାନ କରିଥିଲେ । ଡଃ. ଦେବସ୍ମିତା ଯାଜପୁର ଜିଲ୍ଲା ପାଟଣା ନିବାସୀ ସ୍ଵାଧୀନତା ସଂଗ୍ରାମୀ ପୁରୁଷୋତ୍ତମ ବଳଙ୍କ ନାତୁଣୀ ଏବଂ ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନାର ଅବସରପ୍ରାପ୍ତ ଚାର୍ଜମ୍ୟାନ ରମେଶଚନ୍ଦ୍ର ବଳ ଏବଂ ଆଶାଲତା ବଳଙ୍କର ସୁକନ୍ୟା ଅଟନ୍ତି । ସେ ସଫଳତାର ଶ୍ରେୟ ତାଙ୍କର ସ୍ବାମୀ, ଭାଇ, ଭାଉଜ, ଭଉଣୀ, ସମସ୍ତ ପରିବାରବର୍ଗ, ହିନ୍ଦୀ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ସର୍ବୋପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଇଛନ୍ତି |