ଆଦିବାସୀ ମହାବିଦ୍ୟାଳୟରେ ପୋଷ୍ କାନୁନ୍ ଓ ୟୁଜିସି ନିୟମ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଆଇସିସି ଆନୁକୂଲ୍ୟରେ ଯୌନ ଉତ୍ପୀଡନ ରୋକିବା ପାଇଁ ପୋଷ୍ ଆଇନ୍ ଓ ୟୁଜିସି ନିୟମ ସମ୍ପର୍କିତ ଏକ କର୍ମଶାଳା ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଯାଇଛି। ଉକ୍ତ ସଭାରେ ଆଇସିସି କମିଟିର ଆଇନ ପରାମର୍ଶଦାତ୍ରୀ ଶ୍ରୀମତୀ ନିବେଦିତା ମଳିକ, ଆଇନଜୀବି ଅନିଲ୍ କୁମାର ଦାସ, ପ୍ରିଜାଇଡିଂ ଅଫିସର ସ୍ନେହଲତା ମାଝୀ, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ଅଧ୍ୟାପକ ସରୋଜ କୁମାର ପାଠୀ, ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ହିମାଂଶୁ ଚରଣ ସାହୁ, ବ୍ରଜେନ୍ଦ୍ର ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ରହି ଯୌନ ଶୋଷଣ ଓ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଓ ଏହାର ଉପାଦେୟତା ଓ କାର୍ଯ୍ୟକାରିତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ l ଏଥିରେ କଲେଜର ସମସ୍ତ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଶପଥ ଗ୍ରହଣ ଉତ୍ସବ ରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.