ଲାଞ୍ଜିଗଡ଼ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରବେଶନ) ଅନିମେସ ପ୍ରଧାନ,ମୁଖ୍ୟ ଉନ୍ନୟନ ତଥା ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ଗୁରୁ, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବିଡ଼ିଓ ଶଶାଙ୍କ ପାତ୍ର ସମେତ ଜିଲ୍ଲା ସ୍ତରୀୟ ପଦାଧିକାରୀ ଯୋଗଦେଇ ବିଭିନ୍ନ ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଶିବିରରେ ବ୍ଳକର ୨୬ ଗୋଟି ପଞ୍ଚାୟତରୁ ମୋଟ ୬୩ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥୁମଧ୍ୟରୁ ୪୦ଟି ବ୍ୟକ୍ତିଗତ ଓ ୨୩ଟି ସାମୁହିକ ହୋଇଥିଲା। ଏଥିରେ ଜଣକୁ ହ୍ୱିଲ୍ ଚେୟାର ଦିଆଯାଇଥିଲା। ଏଥିରେ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାର ମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସ‌ହଯୋଗ କରିଥିଲେ। ଅନ୍ୟପଟେ ଲୋକେ ଜନଶୁଣାଣୀ ଶିବିରକୁ ବାରମ୍ବାର ଆସି ଅଭିଯୋଗ କଲା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ବେଳେ ଏଥି ପ୍ରତି ଲୋକଙ୍କର ଆସ୍ଥା ତୁଟୁଛି। ତେବେ ଲୋକଙ୍କ ସ୍ବାର୍ଥ ସହ ଜଡିତ ସମସ୍ୟାର ସମାଧାନ ହେବା ନିହାତି ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.