ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା 

ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଅନୁରୋଧ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଓଡ଼ିଶାର ରାଜଭବନ ଠାରେ ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ, କୋଷାଧ୍ୟକ୍ଷ ଶ୍ରୀ ଅଭିଷେକ ଆଚ଼ାର୍ଯ୍ୟ ପ୍ରମୁଖ ସାକ୍ଷାତ କରି ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ତ୍ବରାନ୍ବିତ କରିବା ପାଇଁ ସାକ୍ଷାତ କରି ଅନୁରୋଧ ପତ୍ର ଦେବା ସହ ଆଲୋଚନା କରିଥିଲେ। ତତସହିତ ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା)କୁ ବି.ଇଡ଼ି (ସାଧାରଣ ଶିକ୍ଷା) ସହ ସମକକ୍ଷ କରିବା ପାଇଁ ଆଲୋଚନା କରିଥିଲେ। ମହାମହିମ ରାଜ୍ୟପାଳ ସମସ୍ତ ବିଷୟକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଖୁବଶୀଘ୍ର ଏହାରି ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ୨୦୨୧ ମସିହା ଅକ୍ଟୋବର ୨୮ ମସିହାରେ ନିର୍ଦ୍ଦେଶ ଦେଇଥିଲେ।ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ୨୧.୦୭.୨୦୨୨ ତାରିଖ ଦିନ ପୁନଶ୍ଚ ରାୟର ଶୁଣାଣି କରି କହିଛନ୍ତି ଯେ, ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର କରିଛନ୍ତି ଏବଂ ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ଦବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟଙ୍କ ପୁନଶ୍ଚ ଶୁଣାଣି କରି କହିଛନ୍ତି ଯେ ୨୯ ଅଗଷ୍ଟ, ୨୦୨୫ ପରବର୍ତ୍ତୀ ଶୁଣାଣି ଅଛି, ତାହା ପୂର୍ବରୁ ଯେଉଁ ରାଜ୍ୟ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିନାହାଁନ୍ତି, ସେହି ରାଜ୍ୟ ମାନେ ଖୁବଶୀଘ୍ର ବିଜ୍ଞପ୍ତି ବାହାର କରନ୍ତୁ, ନଚେତ୍ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଶିକ୍ଷା ସଚ଼ିବ ଶୁଣାଣି ଦିନ ସୁପ୍ରିମକୋର୍ଟରେ ଉପସ୍ଥିତ ରହି କ’ଣ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହିଁ, ତାହାର ସବିଶେଷ ତଥ୍ୟ ଉପସ୍ଥାପନ କରିବେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.