ନିଖୋଜ ଝିଅକୁ ନ୍ୟାୟ ପ୍ରଦାନ ଦାବି କଲେ ଯାଦବ ନେତୃବୃନ୍ଦ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କୋକସରା ଥାନା ଅଧିନସ୍ଥ ସୁନାମାଲ ଗାଁର ନିଖୋଜ ଝିଅକୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛି ଯାଦବ ମହାସଭା। ପୂର୍ବରୁ ଏନେଇ କୋକସରା ବ୍ଲକ ଯାଦବ ମହାସଭା ସ୍ବର ଉତ୍ତୋଳନ ସହ ବିଭାଗୀୟ ଅଧିକାରୀମାଙ୍କୁ ସାକ୍ଷାତ କରି ଝିଅକୁ ଖୋଜି ବାହାର କରିବାକୁ ଦାବି କରିଥିଲା। ଆଜି  ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ଯୁବ ନେତା ଡାକେ ଲହଜଲ, ଲବଣୀ ରାଉତ, ପୀତବାସ ବେହେରା, ସୁଦର୍ଶନ ବେହେରା, ପ୍ରହଲ୍ଲାଦ ଚଣ୍ଡୀ, ରତ୍ନାକର ଚଣ୍ଡୀ ପ୍ରମୁଖଙ୍କ ସମେତ ସୁନାମାଲ ଗ୍ରାମବାସୀ ଏନେଇ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜୁନ ୧୯ ତାରିଖ ଠାରୁ ଝିଅ ନିଖୋଜ ଥିବାନେଇ ସଂପୃକ୍ତ ଝିଅର ବାପା ଜୁନ ୨୫ରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ଜଣେ ଯୁବକ ପ୍ରେମଜାଳରେ ଫସାଇବା ସହ ଭୁଲାଇ ନେଇ ଯାଇଥିବା ଘଟଣା ସାମ୍ନାକୁ ଆସୁଛି। ତେଣୁ ଏହି ସ୍ପର୍ଶକାତର ବିଷୟକୁ ନେଇ ଯାଦବ ମହାସଭା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.