ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ୫୯ନଂ. ଜାତୀୟ ରାଜପଥ ଉପରେ ଦିନ ରାତି ତମାମ କବଜା କରି ରଖିଥିବା ଗାଈ ଗୋରୁ ମାନେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣାର ଶିକାର ହେଉଥିବା ବିଷୟକୁ ନଜରରେ ରଖି ସ୍ଥାନୀୟ ବିଜେପି ଯୁବ ସଂଗଠକ ତଥା ୮ନଂ. ୱାର୍ଡ଼ର ବୁଥ୍ ମଣ୍ଡଳ ସଭାପତି ଆଶିଷ କୁମାର ମହାପାତ୍ର ନିଜେ ଜାତୀୟ ରାଜପଥରେ ଶୋଇ ରହିଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ ଗାଈ ଗୋରୁଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧି ପ୍ରଶଂସା ସାଉଁଟି ପାରିଛନ୍ତି l ବର୍ତ୍ତମାନ ଏହା ବାଲିଗୁଡା ଓ କ. ନୂଆଗାଁ ବ୍ଲକର ବିଭିନ୍ନ ଅଞ୍ଚଳ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ଅନ୍ୟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟକାରୀ କରାଯିବା ସହ ଏହି ଅଞ୍ଚଳରେ ଏକ ଗୋ-ଶାଳା ନିର୍ମାଣ କରିବା ପାଇଁ ଯୋଜନା ରଖିଥିବା ଜଣାପଡିଛି l ଯାହାକି, ରାତ୍ର କାଳୀନ ସମୟରେ ଦ୍ରୁତ ଗତିରେ ଆସୁଥିବା ଯାନବାହାନ ଗୁଡିକୁ ଗାଈ ବେକରେ ବନ୍ଧା ଯାଇଥିବା ବେଲ୍ଟ ଯୋଗୁଁ ନିଶ୍ଟିତ ଭାବେ ଦୁର୍ଘଟଣାରୁ କିଛି ଟା ବର୍ତ୍ତି ପାରିବେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ସେ ଆହୁରି କହିଛନ୍ତି ଯେ, ଯେଉଁ ଗାଈ ଗୋରୁମାନେ ଆମ ଅଞ୍ଚଳର ଜାତୀୟ ରାଜପଥ ଉପରେ ଶୋଇ ରହୁଛନ୍ତି, ସେହି ଗାଈ ମାଲିକ ମାନେ ନିଜ ନିଜ ଘରେ ବାନ୍ଧି ରଖନ୍ତୁ, ନିଶ୍ଚିତ ଦୁର୍ଘଟଣାରୁ ମୁକୁଳିପାରିବ l ଶ୍ରୀ ମହାପାତ୍ରଙ୍କ ଏଭଳି ମହତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.