ଜାତୀୟ ରାଜପଥ ୨୬ ରେ ଚାଷୀଙ୍କ ବିକ୍ଷୋଭ ସହ ରାସ୍ତା ଅବରୋଧ

ବନ୍ଦ କରାଯାଇଥିବା ମେଗା ଜଳ ସେଚନ ପ୍ରକଳ୍ପ ଚାଲୁ କରିବା ଦାବିରେ ପ୍ରତିବାଦ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଜାତୀୟ ରାଜପଥରେ ଚାଷୀଙ୍କ ପ୍ରତିବାଦ ସହ ରାଜପଥ ଅବରୋଧ। ଏ ପରି ଏକ ଚାଷୀ ଆନ୍ଦୋଳନ ଚାଲିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଜାତୀୟ ରାଜପଥ ୨୬ ରେ। ସୂଚନା ମୁତାବକ ଟିଟିଲାଗଡରୁ ଗୁଡଭେଳାକୁ ସଂଯୋଗ କରୁଥିବା ମେଗା ଜଳ ସେଚନ ପ୍ରକଳ୍ପ ୨୦୧୩ ରେ କାମ ଆରମ୍ଭ ହୋଇଥିବା ବେଳେ ୨୦୨୦ ରେ ଏହା କାର୍ଯ୍ୟକାରୀ ହୋଇଥିଲା। ତେବେ ଏହାକୁ LNT ନାମକ ଏକ ଘୋରୋଇ କମ୍ପାନୀ କୁ ଚଲାଇବା ପାଇଁ ସରକାର ସିକୃତି ପ୍ରଦାନ କରିଥିଲା। ତେବେ ୨୦୨୦ ରେ ୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତିନାମା କରିବା ପରେ ଗତ ବର୍ଷ ଚୁକ୍ତିନାମା ସରିବା ପରେ ପ୍ରକଳ୍ପ ଟି ବନ୍ଦ ହୋଇ ଯାଇଛି। ତେବେ ବର୍ତ୍ତମାନ ଜଳ ଅଭାବ ରୁ ମରୁଡି ଆଶଙ୍କା ଦେଖା ଦେଇଥିବା ବେଳେ ବ୍ଲକ ର ବେଲଗାଁ, ଘୁନସର, ଆମପାଲି, ସିଶକେଳା, କଂଶର, ଡୁଙ୍ଗୁରିପାଲି ଓ ଭଦ୍ରା ଚାଷ ପ୍ରଭାବିତ ହୋଇଛନ୍ତି। ତେବେ ଅନେକ ଥର ଚାଷୀ ମାନେ ପ୍ରଶାସନକୁ ଗୁହାରି କରିଥିବା ବେଳେ କେହି କର୍ଣ୍ଣପାତ କରୁନଥିବାରୁ ଆଜି ଜାତୀୟ ରାଜପଥ ୨୬ ବରଗାଁ ଛକକୁ ଅବରୋଧ କରିବା ସହ ପ୍ରତିବାଦ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.