ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି ଡ଼ଃ ନୃପରାଜ ସାହୁ । ସେ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଭାବ ବିନିମୟ ବେଳେ ଗଣ ମାଧ୍ୟମ ହେଉଛି ସମାଜ ଓ ପ୍ରଶାସନର ଆଖି ଓ କାନ ବୋଲି କହିଥିଲେ l ଜନସାଧାରଣ ଓ ଆପଣ ମାନଙ୍କ ସହଯୋଗ ରହିଲେ ଜିଲ୍ଲାର ସମସ୍ତ ଅଧୁରା ପ୍ରକଳ୍ପକୁ ସମ୍ପୂର୍ଣ ଓ ନୂଆଁ ନୂଆଁ ପ୍ରକଳ୍ପ କୁ ଆରଂଭ କରିବାକୁ ସହଜ ହେଵ ବୋଲି ଗଣମାଧ୍ୟମ ଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ନୂଆଁ ଜିଲ୍ଲାପାଳ ଡ଼ଃ ସାହୁ l ପ୍ରଥମେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ଦର୍ଶନ କରିବା ପରେ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମ୍ ରାଜେନ୍ଦ୍ର ମାଝୀ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବା ପରେ ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି କାର୍ଯ୍ଯକ୍ରମରେ ପ୍ରଥମେ ଲୋକଙ୍କ ଅଭିଯୋଗ ଶୁଣିବାକୁ ତରଭା ଗସ୍ତ କରିଥିଲେ । ଯାହାକି ଉପସ୍ଥିତ ଗଣ ମାଧ୍ୟମ ଓ ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ । ପ୍ରକାଶ ଥାଉ କି ଯେ ଡ଼ଃ ସାହୁ ପୁର୍ବରୁ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ରାଜସ୍ଵ, ଶିକ୍ଷା ତଥା ସେ ଜଣେ ଦକ୍ଷ ପ୍ରଶାସକ ଭାବରେ କଳାହାଣ୍ଡି ଜିଲ୍ଲାରେ ଡବ୍ଲୁଇଓ, ଡିପିସି, ଉପ ଜିଲ୍ଲାପାଳ ବିଭନ୍ନ ପଦବୀରେ ରହି ତାଙ୍କ କାର୍ଯ୍ଯ ଦକ୍ଷତାର ଅନେକ ପ୍ରମାଣ ଦେଇଛନ୍ତି । ଏକା ଧାରାରେ ସେ ଜଣେ ସୃଜନଶୀଳ ବ୍ୟକ୍ତି ଭାବରେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ହିସାବରେ ଦାୟିତ୍ୱ ନେଇଥିବା ଯୋଗୁଁ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ଆଗକୁ ଜିଲ୍ଲା ର ଅନେକ ଅଧୁରା କାମକୁ ସେ ସଂପୂର୍ଣ୍ଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ।