ଲାଞ୍ଜିଗଡ଼ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଠିତ ହେଲା ଅସ୍ଥାୟୀ କମିଟି

ଶିକ୍ଷା ଓ ଗମନାଗମନକୁ ନେଇ ବିସ୍ତୃତ ଆଲୋଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ଠାରେ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ନିର୍ମାଣ, ଆଇଟିଆଇ ସ୍ଥାପନ,ସବ ରେଜିଷ୍ଟ୍ରାର ଅଫିସ ଓ ଡିଗ୍ରୀ ମହା ବିଦ୍ୟାଳୟ ସ୍ଥାପନ ସହିତ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଭଳି ମୌଳିକ ଦାବି ନେଇ ଏକ ନାଗରିକ କମିଟି ବୈଠକ ସ୍ଥାନୀୟ ମିଶନ ଶକ୍ତି କାଫେ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଆର୍ଥିକ ଅନୁଦାନ ସତ୍ତ୍ୱେ ଲାଞ୍ଜିଗଡ଼ ଅଞ୍ଚଳରେ ସମସ୍ୟା ଉତ୍କୃଷ୍ଟ ହେବାରେ ଲାଗିଛି। ଲାଞ୍ଜିଗଡ଼ ଠାରେ ଡିଗ୍ରୀ ମହାବିଦ୍ୟାଳୟ ଓ ଆଇଟିଆଇ ସ୍ଥାପନ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଛନ୍ତି।ଡିଗ୍ରୀ ମହାବିଦ୍ୟାଳୟ ଓ ଆଇଟିଆଇ ପାଇଁ ଜମି ଅଧିଗ୍ରହଣ ସରିଛି କିନ୍ତୁ ଆଗକୁ ବଢ଼ି ପାରୁନାହିଁ।ମେଟ୍ରିକ ଓ ଯୁକ୍ତ- ୨ ପାସ ପରେ ସ୍ୱାତ୍ତକ ଶିକ୍ଷା ପାଇଁ ଦୂରଦୁରାନ୍ତରକୁ ଯାଇନ ପାରି ଏକ ପ୍ରକାର ନିଜକୁ ଶିକ୍ଷିତ ବେକାରୀ ଅନୁଭବ କରୁଛନ୍ତି।ଅଞ୍ଚଳର ଯୁବକ ଯୁବତୀ ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷାରୁ ବଞ୍ଚିତ ହୋଇ କେରଳ,କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ,ଛତିଶଗଡ଼, ଗୁରୁରାଟ ଆଦି ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି।ଲାଞ୍ଜିଗଡ଼ ସହର ମୁଖ୍ୟ ରାସ୍ତାଟି ଅଣଓସାରିଆ ହୋଇ ରହିଛି। ଏହାକୁ ନେଇ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖା ଦେଇଛି।ରାସ୍ତାର ଟେଣ୍ଡର ପାଇ ମଧ୍ୟ ଦୁଇ ବର୍ଷ ହେଲା ରାସ୍ତା କାମ ବନ୍ଦ କରିଛି ଠିକାଦାର।ଏହାକୁ ନେଇ ଗତ ଫେବୃଆରୀ ୨୦ ତାରିଖରେ ଜିଲ୍ଲା ପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଲାଞ୍ଜିଗଡ଼ବାସୀ।କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏଭଳି ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ,ସବ ରେଜିଷ୍ଟ୍ରାର ଅଫିସ ଲାଞ୍ଜିଗଡରେ ସ୍ଥାପନ ପାଇଁ ଏକ ବର୍ଷ ହେଲା ନୋଟିଫିକେସନ ବାହାରିଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ।ଏଭଳି ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଏକ ଅସ୍ଥାୟୀ କମିଟି ଗଠିତ ହୋଇଛି। ଏଥିରେ ସଭାପତି ଭାବେ ଲିଙ୍ଗା ମାଝୀ, ଉପସଭାପତି ଭାବେ ସୁରେଶ ଚନ୍ଦ୍ର ଅଗ୍ରୱାଲ, ସାଧାରଣ ସଂପାଦକ ଭାବେ ପରମାନନ୍ଦ ନାଏକ, ସହ ସଂପାଦକ ଭାବେ ହରିହର ରଣା, କୋଷାଧ୍ୟକ୍ଷ ଭାବେ ଏମ. ଚନ୍ଦ୍ର ଶେଖର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପଦେଷ୍ଟା କମିଟିରେ ଅବସର ପ୍ରାପ୍ତ ଶିକ୍ଷକ ଉଦୟ କୁମାର, ନିରଞ୍ଜନ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ନାଏକ, ସରସ୍ବତୀ ମୁଣ୍ଡା, ମନୋଜ ମହାପାତ୍ର, ଯୋଜନା କମିଟିର ସଭାପତି ଭାବେ ବିନୋଦ ଗଉଡ଼, ମାନବେନ୍ଦ୍ର ଜେନା, ମହିଳା କମିଟିର ସଭାନେତ୍ରୀ ଭାବେ ସରସ୍ବତୀ ମୁଣ୍ଡା ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.