ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା କୁ ସିଡିଏମଓ: ଡ଼ାଃ ମହମ୍ମଦ ମୁବାରକ୍ ଅଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସିଡିଏମଓ: ଡ଼ାଃ ଅଲ୍ଲୀ କହିଛନ୍ତି ଯେ , ବିଶ୍ଵ ହେପାଟାଇଟିସ ଡେ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ , ହେପାଟାଇଟିସ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ କରାଇବା । ଏବଂ ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ଗର୍ଭାବସ୍ଥାରେ ଯଦି କାହାର ହେପାଟାଇଟିସ ରୋଗ ଦେଖାଦିଏ , ତା ହେଲେ ତାଙ୍କ ଶିଶୁକୁ ଡ଼ାକ୍ତରଖାନାରେ ପ୍ରସବ କରାଇବା ଏବଂ ତାକୁ ପୁର୍ନବାର ଯେମିତି ଏହି ହେପାଟାଇଟିସ ରୋଗ ସଂକ୍ରମଣ ନ ହେବ ସେଥିପାଇଁ ବିଶେଷ ଦୃଷ୍ଟି ଦେଇ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ: ଡ଼ାଃ ପ୍ରଦୀପ କୁମାର ମହାପାତ୍ର , ଏପିଡେମିଲୋଜିଷ୍ଟ ସାବିତ୍ରୀ ରାଉତ ,, ଆଇଡିଏସପି:- ଡିଏମ: ଶ୍ରୀ ତୁଷାର କାନ୍ତ ପଟ୍ଟନାୟକ , ଏଏନଏମ: – ଆଇସି: ଟ୍ୟୁଟର ସଂଗୀତା ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ଶ୍ରୀ ମହେଶ ବେହେରା ଏବଂ ଶ୍ରୀ ଏସ: ଗୋବିନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।