ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମକଟକ ନିବାସୀ ପୋଲିସ କନେଷ୍ଟବଳ ମନୁ ସେନାପତିଙ୍କ ଦେହାନ୍ତ ହୋଇଯାଇଛି। ଶେଷ ସଜ୍ୟା ନିକଟରେ ତାଙ୍କ ଦୁଇ ସନ୍ତାନ, ସ୍ତ୍ରୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ମୁନିଗୁଡା, କାଶିପୁର, କଲ୍ୟାଣସିଂହପୁର, ବିଷମ କଟକ, ପୋଲିସ ବିଭାଗ ଏବଂ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି। ମନୁ ଜଣେ ମିଷ୍ଠ ଭାଷୀ, ମେଳାପି, ପରୋପକାରୀ ବ୍ୟକ୍ତି ଥିଲେ। ସେ ପ୍ରଥମେ ମୁନିଗୁଡା ଥାନାରେ ଓଡିଶା ପୋଲିସ କନେଷ୍ଟବଳ ଭାଵେ କାର୍ଯ୍ୟ କରୁଥିଲେ। ତାଙ୍କର ଦକ୍ଷତା ଅନୁଯାଇ ଏ.ଏସ୍.ଆଇ ପଦକୁ ପଦୋନ୍ନତି ହୋଇଥିଲା କିନ୍ତୁ ସେ ପଦୋନ୍ନତିକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ। ମନୁ ମୁନିଗୁଡ଼ା, ରାୟଗଡା, କାଶିପୁରୁ ଥାନାରେ ଉଲ୍ଲେଖନୀୟ କାର୍ଯ୍ୟ କରି କଲ୍ୟାଣ ସିଂହପୁରୁ ଥାନାରେ ଏବେ କାର୍ଯ୍ୟରତ ଥିବାବେଳେ ବର୍ତମାନ ତାଙ୍କୁ ଗୁଣୁପୁରୁ ଥାନାକୁ ବଦଳି ହୋଇଥିବାରୁ ସେ ଟ୍ରାଞ୍ଜିଟ୍ ଛୁଟି ନେଇ ବିଷମକଟକ ଘରେ ରହି ଚିକିତ୍ସିତ ହେଉଥିଲେ।