ହାଣ୍ଡିଘର ଆକ୍ରମଣ ଘଟଣା: ତିନି ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଏସଡ଼ିପିଓ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ହାଣ୍ଡିଘର ଗ୍ରାମରେ ରାତିରେ ଗାଁ ଦାଣ୍ଡରେ ଚାରିଜଣ ଙ୍କୁ ଖଣ୍ଡରେ ହାଣିବା ଘଟଣା ରେ ପୋଲିସ କୁ ମିଳିଛି ସଫଳତା l ଗୋଟିଏ ଖଣ୍ଡା ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ଚରଣ ମହାନ୍ତି, ସାନ୍ତୁନୁ ମହାନ୍ତି, କର୍ଣ ମହାନ୍ତି | ସମସ୍ତେ ଗୋଟିଏ ପରିବାର ବାପା ଓ ଦୁଇ ପୁଅ ହୋଇଥିବା ଜଣାପଡିଛି l ଜମି ଜୁମା ବିବାଦ କୁ କେନ୍ଦ୍ରକରି ଗତ ରାତିରେ କର୍ଣ ଓ ତାଙ୍କ ଦୁଇ ପୁଅ ଗୋଟିଏ ଖଣ୍ଡରେ ସମ୍ପର୍କୀୟ ଭାଗିରଥି ମହାନ୍ତି, ଗାପଳ ମହାନ୍ତି, କାହ୍ନୁ ମହାନ୍ତି ଏବଂ ଜଣେ ମହିଳା ଙ୍କୁ ଆକ୍ରମଣ କରିଥିଲେ l ଆକ୍ରମଣ ରେ ସମସ୍ତେ ଗୁରୁତର ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ପ୍ରଥମେ ପୁରୁଷୋତ୍ତମପୁର ପରେ ବ୍ରହ୍ମପୁର ମେଡିକାଲ ରେ ଭର୍ତି କରାଯାଇଥିଲା l ବର୍ତ୍ତମାନ ତିନି ଜଣ ବିଶାଖାପାଟଣା ର ଏକ ଘରୋଇ ମେଡିକାଲ ରେ ଚିକିତ୍ସା ଧୀନ ଅଛନ୍ତି l ଆକ୍ରମଣ କାରି ଏବଂ ଗୁରୁତର ସମସ୍ତେ ଗୋଟିଏ ପରିବାର ର ହୋଇଥିବା ବେଳେ ଜମି ଜୁମା ବିବାଦ କୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରୀ ଲାଗିରହିଥିବା ବିବାଦ ଉଗ୍ରରୂପ ନେଇଥିବା ଆଜି ପୁରୁଷୋତ୍ତମପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.