ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଦ୍ରୁତ ଗତିରେ ରାୟଗଡ଼ା ଯାଉଥିବା ପିକଅପ୍ ଭ୍ୟାନ ପସି ଆସିଲା ଅଙ୍ଗନୱାଡି କେନ୍ଦ୍ର ପରିସର ମଧ୍ୟକୁ | ଏହି ପିକଅପ୍ ଭ୍ୟାନ ନମ୍ବର ଓ ଡ଼ି ୧୮ ବି ୦୪୬୭ ଜେକେ ଳପୁର ଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ନାଇଡ଼ୁପେଟା ପୋଲ ନିକଟରେ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା ଅଙ୍ଗନୱାଡି କେନ୍ଦ୍ର ପାଚେରୀ ପରିସର ମଧ୍ୟକୁ | ଭ୍ୟାନଟି ଅଟକି ଯିବାରୁ ଅଳ୍ପକେ ବର୍ତ୍ତିଲେ ଅଙ୍ଗନୱାଡି କେନ୍ଦ୍ରରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ମାନେ | ଘଟଣାରୁ ପ୍ରକାଶ କି ଭ୍ୟାନ ସମ୍ମୁଖକୁ ଏକ ମୋଟର ସାଇକଲ ଆସିଯିବାରୁ ଚାଳକ ବ୍ରେକ ବଦଳରେ ଏକ୍ସିଲିଟର ମାଡ଼ି ଦେଇ ଥିଲେ ଫଳରେ ଭ୍ୟାନଟି ଦ୍ରୁତଗତିରେ ପାଚେରୀ ଭିତରୁ ପସି ଆସିଥିଲା | ଚାଳକ ଭ୍ୟାନକୁ ଛାଡ଼ି ଚାଲିଯାଇଥିବା ବେଳେ ଏଥିରେ କାହାରିକୁ କିଛି ଆଘାତ ହୋଇନଥିବା ପ୍ରତକ୍ଷ୍ୟଦର୍ଶି ପ୍ରକାଶ କରିଛନ୍ତି | ଖବର ପାଇ ଚାନ୍ଦିଲି ପୋଲିସ ଘଟଣା ସ୍ତଳରେ ପହଞ୍ଚି ଭ୍ୟାନକୁ କ୍ରେନ୍ ଯୋଗେ ବାହାର କରି ଜବତ କରିଛି |