ବ୍ରିଜ ଉପରେ ବିପଦସଂକୁଳ ଗାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା – ରାୟଗଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଢେପଗୁଡ଼ା ପୋଲ ଉପରେ ଏକାଧିକ ଗାତ ବିପଦସଂକୁଳ ଅବସ୍ଥାରେ ରହିଛି। ଏଥିପାଇଁ ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି। ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ବିଭାଗ ପକ୍ଷରୁ କିଛି ପିଚୁ ଓ ଚିପ୍ସ ପକାଇ ଗାତଗୁଡ଼ିକୁ ମରାମତି କରାଯାଉଛି। ହେଲେ ପୁଣି କିଛିଦିନ ପରେ ଉକ୍ତ ଗାତରୁ ଚିପ୍ସ ବାହାରି ଗାତ ସୃଷ୍ଟି ହେଉଛି। ତେବେ ନିମ୍ନ ମାନର ମରାମତି ଯୋଗୁଁ ବାରମ୍ବାର ଏପରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ପୋଲ ଉପରେ ଦୈନନ୍ଦିନ ହଜାର ହଜାର ମାଲବାହୀ ଯାନବାହନ ଚଳାଚଳ କରୁଛି। ଅନେକ ସମୟରେ ଯାନବାହନ ଚଳାଚଳ ବେଳେ ଏହି ଗାତ ଉପରେ ପଡ଼ି ଅନେକ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ପୂର୍ତ୍ତ ବିଭାଗ ଅଧିକାରୀ ଏହାକୁ ଦୃଷ୍ଟିରେ ରଖି ସଠିକ ଢଙ୍ଗରେ ମରାମତି କରିବାକୁ ଅଞ୍ଚଳବାସୀ ତଥା ପଥଚାରୀ ମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.