ଗାଈଗୋରୁଙ୍କ କବଜାରେ ଲାଞ୍ଜିଗଡ଼ ମାର୍କେଟ: ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ମାର୍କେଟର ବିଭିନ୍ନ ଛକ ମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ବର୍ତ୍ତମାନ ଗାଈଗୋରୁର ଆଡାସ୍ଥଳୀ ପାଲଟିଛି। ସବୁବେଳେ ଛକରେ ଗାଈଗୋରୁ ଜମା ହୋଇ ରହୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଓ ଛୋଟ ବଡ଼ ଦୁର୍ଘଟଣା ସାଙ୍ଗକୁ ଲୋକେ ଅନେକ ଅସୁବିଧାର ଶମ୍ଭୁଖିନ ହେଉଛନ୍ତି। ସନ୍ଧ୍ୟା ୪ ଟାରୁ ୯ ଘଣ୍ଟା ପର୍ଯ୍ୟନ୍ତ ଲାଞ୍ଜିଗଡ଼ ସହର ବିଭିନ୍ନ ସ୍ଥାନରେ ଗାଈଗୋରୁ ରୁଣ୍ଡ ହେଉଥିବା ବେଳେ ରାତିରେ ଆଖପାଖ ଚାଷ ଜମିକୁ ଯାଇ ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରୁଛନ୍ତି। ଚାଷୀ ଓ ଗୋରୁ ମାଲିକ ମଧ୍ୟରେ ସର୍ବଦା ଛୋଟ ବଡ କଳହ ଦେଖିବାକୁ ମିଳୁଛି। ଗୋରୁ ମାଲିକମାନେ ଗାଈଗୋରୁଙ୍କୁ ନିଜ ହିପାଜତରେ ରଖୀନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏଥିପ୍ରତି ଲାଞ୍ଜିଗଡ଼ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ତରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.