ବରିଷ୍ଠ ନାଗରିକ ଲାଲଝରୁ ନାଏକଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଭୁର୍ଟିଗଡ଼ର ଜଣେ ବରିଷ୍ଠ ନାଗରିକ ତଥା ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ଲାଲଝରୁ ନାଏକଙ୍କ ଭବାନୀପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଭାବେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ତଳେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ଶବ ଗ୍ରହଣ କରି ନିଜ ଗାଁ ଭୁର୍ଟିଗଡ଼ସ୍ଥିତ ଗାଁ ମଶାଣିରେ ଦାହସଂସ୍କାର କରିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳବ୍ୟାପି ଶୋକର ଛାୟା ଖେଳି ଯାଇଥିବାବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି ସୁଶିଲ କୁମାର ବାଗ, ପିଈଡବ୍ଲୁ ମିଡ଼ିଆ ଆସୋସିଏସନ୍ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.