ସମ୍ପୂର୍ଣ୍ଣତା ପାଇଁ ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କଲେ  ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ସମ୍ପୂର୍ଣ୍ଣତା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି | ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୬ଟି ସୂଚକାଙ୍କ ମଧ୍ୟରୁ ପଦ୍ମପୁର ବ୍ଲକ ୫ଟି ସୂଚକାଙ୍କରେ ଯଥା ଗର୍ଭବତୀଙ୍କ ମହିଳାଙ୍କ ପଞ୍ଜିକରଣ, ମଧୁମେହ ସ୍କ୍ରିନଂ, ଉଚ୍ଚ ରକ୍ତଚାପ, ମୃତିକା ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ, ବିଦ୍ୟାଳୟରେ ପୁସ୍ତକ ବଣ୍ଟନ ଆଦିରେ ସମ୍ପୂର୍ଣ୍ଣତା କରିଥିବାରୁ ଏବଂ ମୁନିଗୁଡା ବ୍ଲକ ୬ ଗୋଟି ସୂଚକାଙ୍କରୁ ତିନୋଟିରେ ଯଥା ମଧୁମେହ ସ୍କ୍ରିନିଂ,ମୃତିକା କାର୍ଡ ବଣ୍ଟନ ଓ ବିଦ୍ୟାଳୟରେ ବହି ବଣ୍ଟନ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଉପସ୍ଥିତିରେ ପଦ୍ମପୁର ବିଡ଼ିଓ  କୁରେଶ କୁମାର ଜାନିଙ୍କୁ ରୌପ୍ୟ ପଦକ ଏବଂ ମୁନିଗୁଡ଼ା ବିଡ଼ିଓ ଶ୍ରୀ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ତାମ୍ର ପଦକରେ ସମ୍ମାନିତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.