ଚାଷୀ ପଞ୍ଜୀକରଣ ନିୟମ କୋହଳ ସହ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିବାକୁ ସମାଜବାଦୀ ପାର୍ଟିର ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ବିକ୍ରୟ ନିମନ୍ତେ ଚାଷୀ ପଞ୍ଜୀକରଣ ନିୟମକୁ କୋହଳ କରିବା ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଗଣ ମାଧ୍ୟମ ପ୍ରତିକ୍ରିୟାରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ବିଗତ ୬୦ ବର୍ଷ ମଧ୍ୟରେ ରାଜ୍ୟରେ ରାଜସ୍ବ ବିଭାଗ ଦ୍ୱାରା ଭୂ-ବନ୍ଦୋବସ୍ତ ଏବଂ ଚକବନ୍ଦୀ ବ୍ୟବସ୍ଥା ରେ ବ୍ୟାପକ ଅନିୟମିତତା ଏବଂ ସରକାରଙ୍କ ଖାମ ଖିଆଲି ମନୋଭାବ ଯୋଗୁ ରାଜ୍ୟରେ ଚାଷୀକୁଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି I

ଏବେ ପଞ୍ଜିକରଣ ପାଇଁ ସରକାର ଦେଇଥିବା ନିର୍ଦେଶ ନାମା ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ଜୀବିକା ଛଡାଇ ବା ଏକ ସୁଚିନ୍ତିତ ଷଡଯନ୍ତ୍ର I ଭାଜପା ସରକାର ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ଯେଭଳି ଭାବରେ ଅନୈତିକ ଉପାୟରେ ୫୦ ଲକ୍ଷ ସାଧାରଣ ନାଗରିଙ୍କ ଭୋଟ ଦାନର ସାମ୍ବିଧାନିକ ଅଧିକାରକୁ ଛଡାଇ ନେଇଛନ୍ତି ଠିକ ସେହିଭଳି ଓଡ଼ିଶାର ଡବଲ ଇଂଜିନ ସରକାର ରାଜ୍ୟରେ ଚାଷୀଙ୍କ ପେଟକୁ ଲାତ ମାରୁଛନ୍ତି ଯାହା ଆଗାମୀ ଦିନରେ ସରକାଙ୍କ ପାଇଁ ଘାତକ ହେବ I ବଂଶାନୁକ୍ରମିକ ଉତ୍ତରାଧୂକାରୀ ସ୍ବତ୍ବ ଏବଂ ବିକ୍ରି ଖର୍ଦି ଦଲିଲ ଅନୁସାରେ ନାମଜାରି ହୋଇ ନାହିଁ। ଫଳରେ ସରକାରଙ୍କ ଙ୍କ ନୂତନ ଧାନ ବିକ୍ରୟ ନିୟମାବଳୀ ଓଡିଶର ଲକ୍ଷ ଲକ୍ଷ ଚାଷୀ ଏହି ପଞ୍ଜିକରଣରୁ ବଞ୍ଚିତ ହେବା ଆଶଙ୍କା ପ୍ରକାଶ ପାଇଛି ।

ସାଟେଲାଇଟ୍ ସର୍ଭେ ଜରିଆରେ ଭୁଲ ତଥ୍ୟ ଦେଇଥିବା ଓ ନକଲି ପ୍ଲଟ୍‌ର ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଦିଆଯାଇଛି।ଯାହା ସମ୍ପୂର୍ଣ ଚାଷୀ ମାରଣ ନୀତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହା ଯାଇଛି I

ଏହାକୁ କାର୍ଯ୍ୟକାରୀ କରାଗଲେ, ଚାଷୀଙ୍କ ପାଇଁ ବିପଦ ଆଶଙ୍କା କରାଯାଉଛି। କାରଣ ଚାଷୀଙ୍କ ଅନୁସାରେ, ଧାନ ସଂଗ୍ରହ ପଞ୍ଜୀକରଣ ବେଳେ ନଥିପତ୍ରରେ ଚକ ଏବଂ ମେଜର୍ ନେଇ ଦ୍ବନ୍ଦ୍ବ ରହିଥାଏ| ବର୍ତ୍ତମାନ ବି ଓଡିଶର ଅଧିକାଂଶ ଜିଲ୍ଲାରେ ଚକବନ୍ଦୀ ହୋଇଥିବା ଗାଁରେ ଚାଷୀଙ୍କ ପଟ୍ଟା ଚକଭୁକ୍ତ ଜମିର ଥିବାବେଳେ ଦଖଲ ମେଜର ବନ୍ଦୋବସ୍ତ ଅନୁଯାୟୀ ରହିଛି। ତେଣୁ ଚାଷୀ ଯେଉଁ ପ୍ଲଟ୍‌ରେ ଚାଷ କରୁଛି ତାହା ବାସ୍ତବରେ ତାର ନୁହେଁ ଓ ଚକବନ୍ଦୀ ଅନୁଯାୟୀ ଯେଉଁ ପ୍ଲଟ୍ ତା’ ନାମରେ ରେଜେଷ୍ଟ୍ରିଭୁକ୍ତ ହୋଇଛି ତାହା କେଉଁଠି ଅଛି ତାକୁ ଜଣା ନାହିଁ।

ତେଣୁ ଅନେକ ଚାଷୀ ଅଜାଣତରେ ଭୁଲ ତଥ୍ୟ ଦେଉଛନ୍ତି। ଦ୍ବିତୀୟତଃ ଚାଷ କରାଯାଇଥିବା ପ୍ଲଟକୁ ତ୍ରୁଟିପୂର୍ଣ୍ଣ ସାଟେଲାଇଟ୍ ସର୍ଭେ ଯୋଗୁଁ ଅକାରଣରେ ଅଣଚାଷ ଜମି ଭାବରେ ଦର୍ଶାଯାଇଥାଏ। ଏଥିଯୋଗୁଁ ଚାଷୀ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ପଡ଼ି ପୂର୍ବରୁ ହିଁ କ୍ଷତି ସହୁଛି । ବର୍ତ୍ତମାନ ଯଦି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ, ଗରିବ ଚାଷୀ ଅକାରଣରେ ହଇରାଣ ହେବେ ତେଣୁ ରାଜ୍ୟ ସରକାର ଚାଷୀକୁଳର ସ୍ୱାର୍ଥ ଦୃଷ୍ଟିରୁ ନିର୍ଦ୍ଧାରିତ ନିୟମ କୋହଳ କରିବା ସହ ପଞ୍ଜିକରଣ ସମୟ ସୀମା ସେପ୍ଟେମ୍ବର ମାସ ଶେଷ ସପ୍ତାହ ବୃଦ୍ଧି କରିବାକୁ ସମାଜବାଦୀ ପାର୍ଟି ଦୃଢ ଦାବି କରିଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.