ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ତରଫରୁ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ପ୍ରାପ୍ୟ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ପାଞ୍ଚ ଗୋଟି ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ,ସହ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ରହି ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁକୁନୀ ପଡା ନୂତନ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୂରଲୀଧର ପାଢ଼ୀ,ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉମେର ସହ ଶିକ୍ଷକ ରାହାସ ବିହାରି ସାହୁ, ଗାନ୍ଧି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୟପାଟଣା ର ସହ ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ଦାସ, କିଶୋର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତା ଯୋଶୀ ଉମାଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୟପାଟଣା ସହ ଶିକ୍ଷୟତ୍ରୀ ବିଳାସିନୀ ବେହେରା ଏବଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ର ବରିଷ୍ଠ ସଂସ୍ଥାପକ ବିଶ୍ବନାଥ ପାଢ଼ୀ ଆଜି ଶିକ୍ଷା ବିଭାଗ ରୁ ଅବସର ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ବିଳାସିନୀ ବେହେରା ଙ୍କୁ ସେବାକାଲିନ ସମସ୍ତ ପ୍ରାପ୍ୟ ଶିକ୍ଷା ଅଧିକାରୀ, ସହ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘ ର ସଭାପତି ପ୍ରମୋଦ କୁମାର ଠାକୁର, ସମ୍ପାଦକ ଲଲିତ କୁମାର ନାଏକ, ବରିଷ୍ଠ ସମାଜ ସେବୀ ଗଣେଶ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କିରଣ ପ୍ରଭା ପଟ୍ଟନାୟକ, ସୋଭାରାମ ଜାଲ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମ ଟି କୁ ରଶ୍ମିତା ତ୍ରିପାଠୀ ଓ ରମଣୀ ରଞ୍ଜନ ମୁଣ୍ଡ ପରିଚାଳନା କରିଥିବା ବେଳେ ସସ୍ମିତା ନାଏକ, ନାଗେଶ୍ଵର ଦୋରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.