କଣ୍ଟାବାଞ୍ଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): କଣ୍ଟାବାଞ୍ଜି ସ୍ଥିତ ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ଜୟନ୍ତୀ ଷଡ଼ଙ୍ଗୀ ଅବସର ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଏନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ନୋଡାଲ ସ୍କୁଲ୍ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ପଟେଲ ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଓ ଜଗବନ୍ଧୁ ମାଝୀ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ। ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାର ସଭାପତିତ୍ବ କରିଥିବା ବେଳେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର କର୍ମୀ ଦୀନେଶ ମହାନନ୍ଦ ଓ ଶିକ୍ଷୟିତ୍ରୀ ଅଞଳୀ ମାଝୀ ମଞ୍ଚ ପରିଚାଳନା କରିଥିଲେ। ଜୟନ୍ତୀ ଷଡ଼ଙ୍ଗୀ  ୩୮ବର୍ଷ ଶିକ୍ଷକତା କଲା ପରେ ଅବସର ଗ୍ରହଣ କରିଛନ୍ତି। ଉକ୍ତ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କୁ ପେନସନ କାଗଜ ପତ୍ର ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ ଲତା ଦାସ, ନିରୁପମା ମିଶ୍ର, ସବିତା ରଣା, ବୀଣାପାଣି ଦାଶ, ଲାବନ୍ୟା ବତୀ ଧରୁଆ , ସଂଘମିତ୍ରା ପାଣିଗ୍ରାହୀ, ଶାନ୍ତି ଲତା ଭୋଇ, ସୁଭାଷିନୀ ମେହେର ଓ ସାଧନ କେନ୍ଦ୍ରର ସମୂହ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.