ବାଲେଶ୍ଵରର ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ ଦ୍ଵାରା ମଞ୍ଚସ୍ଥ ହେଲା ନାଟକ ‘ମିଛ ରାଗ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମାକଲପୁର ସ୍ଥିତ ‘ସ୍ରଷ୍ଟା’ ନାଟ୍ୟ ଆଳୟରେ ସ୍ରଷ୍ଟା କଳାକାରଙ୍କ ଦ୍ଵାରା ପୀତାମ୍ବର ଦାସଙ୍କ ଲିଖତ ନାଟକ ‘ମିଛରାଗ’ ମଞ୍ଚସ୍ଥ ହୋଇ ଯାଇଛି। ନାଟକ ପ୍ରାରମ୍ଭରେ ନାଟ୍ୟକାର ଓ ‘ସ୍ରଷ୍ଟା’ର ସମ୍ପାଦକ ଶ୍ରୀ ହେମେନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଡକ୍ଟର ପ୍ରଦୀପ ଭୌମିକ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ଭାବେ ‘ସ୍ରଷ୍ଟା’ର ସଭାପତି ଶ୍ରୀ ଆଲୋକ କୁମାର ସାହୁ, ନାଟ୍ୟକାର ପୀତାମ୍ବର ଦାସ, ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ଦାସ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ତା ପରେ ‘ସ୍ରଷ୍ଟା’ର କଳାକାର ଶ୍ରୀ ଗୋବିନ୍ଦ ଦ୍ବିବେଦୀ, ଦିବାକର ମହାନ୍ତି, ସମରାଇ କର, ସ୍ୱାଗତିକା ବାରିକ, ସ୍ଵାତୀ ସ୍ମିତା ଦାସ ଓ ସୌରଜିତ ସାହୁଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା। ନାଟକ ଓ ଗୀତ ରଚନା ପୀତାମ୍ବର ଦାସ କରିଥିଲା ବେଳେ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ପ୍ରସନ୍ନ କୁମାର ଦାସ ଓ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ଗୁରୁ ନନ୍ଦ କିଶୋର ଦାସ। ହାସ୍ୟ ରସାତ୍ମକ ନାଟକ ‘ମିଛ ରାଗ’ ମାଧ୍ୟମରେ ଏକ ଅନାବିଳ ସ୍ନେହ, ମମତା, ପ୍ରୀତିଭରା ପବିତ୍ର ସମ୍ପର୍କକୁ ଏକ ମିଛିମିଛିକା ରାଗରେ ପରିବାର ମଧ୍ୟରେ କିପରି ସମ୍ପର୍କକୁ ଆହୁରି ନିବିଡ କରାଯାଇପାରେ ତାହାହିଁ ଥିଲା ନାଟକର ସାରାଂଶ। ଏଇ ନାଟକଟିକୁ ବହୁ ଦର୍ଶକ ପ୍ରାଣ ଭରି ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.