ବାଲିଗୁଡା ଏନଏସିରେ କାଉନସିଲ ବୈଠକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଭାଗୃହ ଠାରେ ୧୨ ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ସାଂସଦ ନଗର ପ୍ରତିନିଧି ଆଦିକନ୍ଦ ପଟନାୟକ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ବାଲିଗୁଡା ଏନଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ |ଏହି କାଉନସିଲ ବୈଠକ ରେ ବିଭିନ୍ନ ୱାର୍ଡ ରେ ଚାଲି ଥିବା ରାସ୍ତା ଘାଟ, ଡ୍ରେନେଜସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ,ଟ୍ରାଫିକ ସମସ୍ୟା, ଆଲୋକିକରଣ ସମେତ ସହର ରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଷଦ ଭାବରେ ଆଲୋଚନା ହୋଇ ଥିଲା | ଏଥି ସହିତ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଓ ସ୍ୱାଧୀନତା ଦିବସ ପାଳନ ସମ୍ପର୍କ ରେ ମଧ୍ୟ କାଉନସିଲ ବୈଠକ ରେ ଆଲୋଚନା ହୋଇଛି | ଏହି ବୈଠକ ରେ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.