ସୁବର୍ଣ୍ଣପୁରରେ ଧୁମଧାମରେ ପାଳିତ ହେଲା ସମ୍ବଲପୁରୀ ଦିନ୍

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଅଗଷ୍ଟ ପହିଲା ହେଉଛି ସୋନପୁରର ବରପୁତ୍ର ତଥା କୋଶୋଲି ଭାଷା ସାହିତ୍ୟ ସଂସ୍କୃତି ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ । ବିଶିଷ୍ଟ କବି, ଲେଖକ ତଥା ଭାଷାବିତ୍ ସମ୍ବଲପୁରୀ ଭାଷାକୁ ପରିଚୟ ଦେଇଥିବା ସେଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିନକୁ ଆଜି ସାରା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଏ । ଏହି ଅବସରରେ ଆଜି ସୋନପୁର- ସମ୍ବଲପୁର ରାସ୍ତା ପାର୍ଶ୍ଵ ବ୍ଲକ ଛକ ନିକଟରେ ସମ୍ବଲପୁରୀ ଦିନ୍ ୨୦୨୫ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବୀର ମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅରବିନ୍ଦ ବାରିକ, ନାଟ୍ୟଶ୍ରୀ ଗଦାଧର ବାରିକ, ଯୁବ ନେତା ଅମିୟ ରଞ୍ଜନ ଦାଶ ଓ ଶ୍ରଦ୍ଧାଞ୍ଜଳୀ ମିଶ୍ର ଏବଂ ସାଥୀ ଯୋଗ ଦେଇ ସମ୍ବଲପୁରୀ ଦିନ ପାଳନ ର ମହତ୍ତ୍ୱ ଓ କୋଶଲି ଭାଷା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ସର୍ଗତ ସତ୍ୟ ନାରାୟଣ ବହିଦାର ଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ l ସଭା ପ୍ରାରମ୍ଭରେ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଫଟୋଚିତ୍ର ରେ ଅତିଥି ମାନେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ କଳାକାର ଶାଶ୍ଵତ ତ୍ରିପାଠୀ ଏବଂ ସହଯୋଗୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସୋନପୁର ର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ୱାଦିକ, ସାହିତ୍ୟକ, ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି, ବରିଷ୍ଠ ନାଗରିକ ଯୋଗ ଦେଇ ଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, କଳାକାର ଅତିଥି ଙ୍କ ସହ ସମ୍ବଲପୁରୀ ନାଚ ଗୀତ ରେ ଖୁବ୍ ମଜା ନେଇ ଥିଲେ l ଯାହାକି ସୋନପୁର ସହରର ଶତାଧିକ ଦର୍ଶକ, ବସ ଯାତ୍ରୀ ଉପଭୋଗ କରିଥିଲେ । ଏହି ଉତ୍ସବ ସଂଯୋଜନା ରେ ଶ୍ରୀ ବହିଦାର ସ୍ମୁତି କମିଟି ର ଅରୁଣ ବହିଦାର, ବିବେକା ପଣ୍ଡା, ସନ୍ତୋଷ ମିଶ୍ର, ଦେବାଶିଷ ପଟ୍ଟନାୟକ, ପ୍ରମୋଦ କୁମାର ସାହୁ, ବେଣୁଧର ପଧାନ, ଲଡୁ କିଶୋର ମଲ୍ଲିକ, ସୁଶାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.