ବିଶାଳ ରକ୍ତଦାନ ଶିବିରରେ ରକ୍ତଦାନ କଲେ ସିପେଟ୍‌-ସିଏସ୍‌ଟିଏସ୍‌ର ୧୦୩ ବିଦ୍ୟାର୍ଥୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ସହର ଉପକଣ୍ଠ ବାମପଦା ସ୍ଥିତ ସିପେଟ୍‌-ସିଏସ୍‌ଟିଏସ୍‌ ପରିସରରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଖିତିନ୍‌ କିଶୋର ମହାପାତ୍ରଙ୍କ ପରାମର୍ଶରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଅନୁଷ୍ଠାନର ମ୍ୟାନେଜର(ଟି) ନିହାରିକା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସିନିୟର ଟେକ୍ନିକାଲ ଅଫିସର ଡ. ଇରଫାନ୍‌ ଅହମ୍ମଦ ମିର୍‌, ଜିଲ୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଉତ୍ତମ ବରୁଆ, ରାହୁଲ ଯାଦବ ପ୍ରମୁଖ ଯୋଗଦେଇ ଆତ୍ମନିର୍ଭର ଭାରତ ନିର୍ମାଣରେ ସିପେଟ୍‌-ସିଏସ୍‌ଟିଏସ୍‌ ଅନୁଷ୍ଠାନର ବିଶେଷ ଅବଦାନ ରହିଛି। ଛାତ୍ରଛାତ୍ରୀ ତଥା ଯୁବପିଢ଼ିଙ୍କୁ ପେଟ୍ରୋ କେମିକାଲ୍ସ ଶିକ୍ଷା ମାଧ୍ୟମରେ ଦକ୍ଷ ପ୍ରଯୁକ୍ତି ପେଶାଦାର ଭାବେ ଗଢି ତୋଳିବା ସହ ସେମାନଙ୍କୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଜରିଆରେ ସମାଜପ୍ରତି ଥିବା କର୍ତ୍ତବ୍ୟ ଓ ଦାୟିତ୍ବବୋଧ ବିଷୟରେ ଜଣାଯାଉଛି। ଏହି କ୍ରମରେ ଅନୁଷ୍ଠାନ ପରିସରରେ ବର୍ଷତମାମ୍‌ ପରିବେଶ ସୁରକ୍ଷା, ସ୍ବଚ୍ଛତା, ଯୋଗ ଦିବସ ଏବଂ ରକ୍ତଦାନ କାର୍ଯ୍ୟକ୍ରମ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଅନୁଷ୍ଠାନର ଏହି ମହତ୍‌ ପ୍ରୟାସକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ। ସିପେଟ୍‌-ସିଏସ୍‌ଟିଏସ୍‌ର ସହଯୋଗୀ ସ୍ମୃତିରଂଜନ ମିଶ୍ର ଓ ସ୍ନେହାସ୍ମିତା ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରରୁ ୧୦୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟକାନ୍ତ ସାହୁ, ଶୁଭମ୍‌ ନାୟକ, ଅଜିତ ଜେନା, ପୀତାମ୍ବର ନାୟକ, ରୂପକ ସିଂହ, ମିର୍ ଯସ୍ମିନ, ସ୍ୱାଗତିକା ମହାନ୍ତି, ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.