ନର୍ଲା ବ୍ଲକରେ ବୁଥ ସଂଶୋଧନ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ବୁଥ ସଂଶୋଧନ ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ ଓ ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ପ୍ରମୁଖ ମଞ୍ଚାସୀନ ହୋଇ ନର୍ଲା ବ୍ଲକ ମଧ୍ୟରେ ରହିଥିବା ୧୨୦ ଗୋଟି ବୁଥ ମଧ୍ୟରୁ ୧୧୦୦ ରୁ ଉର୍ଦ୍ଧ୍ୱ ଭୋଟର୍ସ ରହିଥିବା ୨୪ ଗୋଟି ବୁଥର ବିଭାଜନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ବିଜେପି ପାର୍ଟି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ସଦସ୍ୟ ବିକାଶ ଦତ୍ତା, ଲକ୍ଷ୍ମଣ ଦୀପ, ସେହିଭଳି ବିଜେଡି ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ ଓ ନର୍ଲା ପଞ୍ଚାୟତ ସଭାପତି କିଶୋର ମାଝୀ, କଂଗ୍ରେସ ଦଳ ତରଫରୁ ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ସିପିଆଇଏମଏଲ ପାର୍ଟିର ଜିଲ୍ଲା ସମ୍ପାଦକ କେଶବ ପଧାନ, ବହୁଜନ ସମାଜ ପାର୍ଟି ତରଫରୁ ଦୁର୍ଯ୍ୟୋଧନ କୁମାର ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ନିର୍ବାଚନ ପ୍ରକ୍ରୀୟାରେ ସାମିଲ ଥିବା ନର୍ଲା ବିଏଲଓ ସୁନୀତା ପଣ୍ଡା, ଉଲିସିର୍କା ବିଏଲଓ ନେପାଳ ସାହୁ, ବିଏଲଓ ସୁପର ଭାଇଜର କ୍ଷୀରସିନ୍ଧୁ ବାଗ, ଫିରୋଜ ପଧାନ ପ୍ରମୁଖ ଉପସ୍ଥିତ ରହି ବୁଥ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ୧୧୦୦ ରୁ ଉର୍ଦ୍ଧ୍ୱ ଭୋଟର୍ସ ରହିଥିବା ବିଭାଜନ ହେବାକୁ ଥିବା ନର୍ଲାର ଏହିଭଳି ୨୪ ଗୋଟି ବୁଥର ତାଲିକା ପ୍ରକାଶ ପାଇସାରିଛି। ଯେଉଁ ବୁଥ ଗୁଡିକ ନିକଟସ୍ଥ ଅନ୍ୟ ଗ୍ରାମର ଭୋଟର୍ସ ମାନଙ୍କୁ ଏକ କିଲୋମିଟରରୁ ଅଧିକ ଦୁର ପଡୁଛି ଏବଂ ଦୁଇଗୋଟି ଗ୍ରାମ ପଞ୍ଚାୟତର ଗ୍ରାମ ସଂଲଗ୍ନ ରହିଥିବା ବୁଥ ଗୁଡିକ ମଧ୍ୟ ଆଗାମି ଦିନରେ ବିଭାଜିତ ହେବ। ବିଏଲଓ ଓ ନିର୍ବାଚିତ ଲୋକ ପ୍ରତିନିଧି ଓ ଦଳୀୟ କର୍ମି ମାନଙ୍କ ମତାମତକୁ ନେଇ ବାକି ୧୦ ଗୋଟି ବୁଥର ତାଲିକା ପ୍ରସ୍ତୁତ କରି ପ୍ରଶାସନ ନିକଟକୁ ପ୍ରେରଣ କରାଯାଇଥିବା ଜିପିଇଓ ଶ୍ରୀ ନାଏକ ସୁଚନା ଦେଇଛନ୍ତି। ଆଗାମି ଦିନରେ ନର୍ଲା ବ୍ଲକ ଅଧିନସ୍ଥ ୩୪ ଗୋଟି ବୁଥ ବିଭାଜିତ ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.