ଲାଞ୍ଜିଗଡ଼ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ୭୯ତମ ସ୍ବାଧିନତା ଦିବସ ପାଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରାଥମିକ ସ୍କୁଲ ଠାରୁ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। କୃତୀ ପ୍ରତିଯୋଗୀଙ୍କୁ ସ୍ବାଧୀନତା ଦିବସ ଦିନ ପୁରସ୍କୃତ କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି। ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ମହାଆଡମ୍ବର ସହିତ ୭୯ ତମ ସ୍ବାଧିନତା ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଛି। ସକାଳ ୪ ଘଣ୍ଟା ସମୟରେ ପ୍ରଭାତଫେରି ଏବଂ ୮ ଘଣ୍ଟା ସମୟରେ ସାମୁହିକ ପତାକା ଉତ୍ତୋଳନ ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ନେଇ ପଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଙ୍କନ କୁମାର ରାଏ, ବରିଷ୍ଠ ନାଗରିକ ବଳରାମ ବେହେରା, ଲାଞ୍ଜିଗଡ଼ ବ୍ଲକ କଳାକାର ସଂଘ ଉପ ସଭାପତି ହରେକୃଷ୍ଣ ଘଢେଇ, ମାଁ ହୀରନୀଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ଶିକ୍ଷକ ଜି. ଶ୍ରୀନିବାସ ଦାସ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, ପିଇଡବଲ୍ୟୁ ମିଡ଼ିଆ ଏସୋସିଏସନ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବିଶ୍ଵନାଥପୁର କ୍ଳଷ୍ଟର ସଂଯୋଜକ ଦୁଃଖିଶ୍ୟାମ ବାରିକ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷୟତ୍ରୀ ଧରିତ୍ରୀ ବିଶୋଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖେଳ ଶିକ୍ଷକ ଅଜୟ ପଲୋଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.