ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଜ୍ଞାନ ବିଜ୍ଞାନ ମେଳା 

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରାଧନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଶିଶୁ ପ୍ରାରମ୍ଭ ଠାରୁ ଦଶମ ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶିଶୁ ବାଟିକାର ପ୍ରମୁଖ ସୁକାନ୍ତି ଦାଶଙ୍କ ମାର୍ଗଦର୍ଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶିଶୁମାନେ ପ୍ରଦର୍ଶିତ କରିଥିଲେ। ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ବିଜ୍ଞାନ, ଗଣିତ, ସଂସ୍କୃତିଜ୍ଞାନ ପ୍ରକଳ୍ପ, ପାତ୍ର ବାଚନ, ପ୍ରୟୋଗ, କଥାକଥନ, ମୂର୍ତ୍ତିକଳା, ପୁସ୍ତକ ଓ ପୁରୁଣା ମୁଦ୍ରା ସଂଗ୍ରହ ଚିତ୍ରକଳା ଇତ୍ୟାଦିରେ ଶିଶୁ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁଧୀର ନେଗୀ ସ୍ୱାଗତ ଭାଷଣ ଦେଇଥିବାବେଳେ  ରାଜେଶ୍ୱରୀ ରଥ ବୃତ୍ତକଥନ କରିଥିଲେ। କାର୍ଯ୍ୟକ୍ରମର ଉଦଘାଟନରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ଜୟରାମ ସାହୁ ଓ ଶିବ ପ୍ରଧାନଙ୍କ ସହାୟତାରେ ଶିଶୁ ଭାଇଭଉଣୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ମଞ୍ଚ ପରିଚାଳନା ରଶ୍ମିତା ପଣ୍ଡା, ପରିଚୟ ପ୍ରଦାନ ସୁଧୀର ନେଗୀ ଏବଂ ଧନ୍ୟବାଦ ଦେଇଥିଲେ ମନୋଜ ନାୟକ। ଶିଶୁ ବାଟିକାର ସମସ୍ତ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଶିଶୁ, ବାଲ ଏବଂ କିଶୋର ବିଭାଗରେ ପ୍ରଥମ, ଦ୍ଵିତୀୟ, ତୃତୀୟ ଅନୁଯାୟୀ ପୁରସ୍କୃତ କରାଯାଇଥିଲା। ସମସ୍ତ ପ୍ରତିଭାଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆ ଯାଇଥିଲା।ବିଚାରକ ଥିଲେ ରବୀନ୍ଦ୍ର ମିଶ୍ର, ଅନୁଷ୍କା ସାହାଣୀ, ପ୍ରତିଭା ରଥ, ଅର୍ଚିତା ପଣ୍ଡା, ନିର୍ମଳ ସାହୁ, କିଶୋର ନାଗ, ରୋଜାରାଣୀ ପଟ୍ଟନାୟକ, ଧର୍ମେନ୍ଦ୍ର ବାଗ, ଯୁଗଳ ନାଏକ, ପ୍ରଶାନ୍ତ କୁମାର ମହାନ୍ତି ଦେବେନ୍ଦ୍ର ବାଗ, ଶ୍ୱେତଲିନା ପ୍ରାଧନ। ସମାରୋପରେ ମୁଖ୍ୟ ଅତିଥି ଦେବେନ୍ଦ୍ର ବାଗ, ସମ୍ମାନିତ ଅତିଥି ପ୍ରଶାନ୍ତ କୁମାର ମହାନ୍ତି ଏବଂ ଶ୍ୱେତଲିନା ପ୍ରଧାନ, ଶାନ୍ତପୁର ବିଜ୍ଞାନ ଶିକ୍ଷୟତ୍ରୀ। ମଞ୍ଚ ପରିଚାଳନା ସୁମତି ମୁଣ୍ଡ, ପୁରସ୍କାର ବିତରଣର ଦାୟିତ୍ୱରେ ଥିଲେ କୌସ୍ତୁବ ମଣି ବାଗ, ବନଶ୍ରୀ ଦାଶ, ଏବଂ ସ୍ଵାଗତିକା ପାଳ ଧନ୍ୟବାଦ ଦେଇଥିଲେ ସୁଧୀର ନେଗୀ। ପ୍ରତ୍ୟକ ବିଭାଗରେ ଗୁରୁଜୀ ଗୁରୁମା ଶିଶୁଙ୍କୁ ସହଯୋଗ କରିଥିଲେ। ଚିତ୍ରଉତ୍ତଳନ କରିଥିଲେ ନୀଳାମୟ ଗୁରୁଜୀ, ଶିଶୁ ଶୃଙ୍ଖଳାରେ ପୂର୍ଣ୍ଣ ସହଯୋଗ କରିଥିଲେ ବରିଷ୍ଠ ଗୁରୁଜୀ ଗୋଦାବରୀଶ ମିଶ୍ର, ସୁଶାନ୍ତ ବାରିକ, ମନୋଜ ନାୟକ, ଲକ୍ଷ୍ମୀ ଗୁରୁମା ଏବଂ ସମସ୍ତ ଗୁରୁଜୀ ଗୁରୁମା ତଥା ବଡ଼ ଭାଇଭଉଣୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.