ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁତଳା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିପିନ ବିହାରୀ ବୁଡ଼େକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଆୟୋଜିତ କ୍ଳଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ସଭାରେ ଏବିଇଓ ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଉପଦେଷ୍ଟା ମଧୁସୂଦନ ନାଏକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ହରେକୃଷ୍ଣ ରଥ, ଛନଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି, ଛନଛଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ ଭୋଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ଏବିଇଓ ଶ୍ରୀ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବୁଡ଼େକଙ୍କୁ ମାନପତ୍ର ଓ ପ୍ରୋଭିଜନାଲ ପେନ୍ସନ ପେପର ପ୍ରଦାନ କରିଥିଲେ | ଅତିଥିଗଣ ଅବସରପ୍ରାପ୍ତ ଶିକ୍ଷକଙ୍କ କର୍ମମୟ ଜୀବନର ସ୍ମୃତିଚାରଣ ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ | ପୂର୍ବତନ ସିଆରସିସି ଅନନ୍ତ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ଗଙ୍ଗା ପୋଢ଼, କରୁଣା ସାହୁ, ବୀରେନ୍ଦ୍ର ଭୁଏ, କୁମୁଦ ମେହେର, ଦେବାନନ୍ଦ ମହାକୁର, ଘନଶ୍ୟାମ ବେହେରା, ଏକାମ୍ର ହେମ୍ବ୍ରମ, ମମତା କଦମ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.