ହିଆଲ କ୍ଲଷ୍ଟରସ୍ତରୀୟ ବୈଠକ 

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ଠାରେ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ର ପ୍ରଧାନ ଶିକ୍ଷକ ବିଭୂପ୍ରସାଦ ସାହୁ, ସମ୍ମାନିତ ଅତିଥି ଭାବେ ହିଆଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର କୁମାର ବାଗ, ଅନିତା ତ୍ରିପାଠୀ, ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚଟୁଅନକା ଯୋଗଦେଇ ଥିଲେ। ଏହି ତାଲିମରେ ଅମରେନ୍ଦ୍ର ବାଗ, ଅନିଲ ମେହେର ଓ ପ୍ରଭାତୀ ଭୋଇ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଏହି ଏକ ଦିବସିୟ ତାଲିମ କେନ୍ଦ୍ରରେ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶିକ୍ଷକ, ବିଜୟ ତାଣ୍ଡିଅମରକାନ୍ତ ବେହେରା, ସଚିନ ସେଠ, ସତ୍ୟନାରାୟଣ ଧରୁଆ, ମମତା ପୁରୋହିତ, କିଶୋର ବରିହା, ମମତା ଯୋଶୀ, କୃଷ୍ଣଚନ୍ଦ୍ର ପଣ୍ଡା,ପୁଷ୍ପାଞ୍ଜଳି ମହାପାତ୍ର, ଭି କୃଷ୍ଣା କୁମାରୀ, ସୂରେଶ୍ବରୀ ବାରିକ, ଅଭିନାଶ ମହାଳିଙ୍ଗ, ସୌରଭ ବେହେରା, ଚୂଡ଼ାମଣି ବେହେରା, ଭୁର୍ସି ରଣା ଉପସ୍ଥିତ ଥିଲେ।  କୃଷ୍ଣ ଚନ୍ଦ୍ର ପଣ୍ଡା ବେହେରେନସିଲେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.