ନୂଆପଡା ସ୍କୁଲରେ ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ହା କଣ୍ଟାବାଞ୍ଜି ନୂଆପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ କଣ୍ଟାବାଞ୍ଜି ସହର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ଭାଷା ଓ ସଂଖ୍ୟlଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ଜଣାଇ ତାଲିମ ଆରମ୍ଭ କରିଥିଲେ।ସରକାରଙ୍କ ଦ୍ଵାରା ଚଳିତ ବର୍ଷ ସମସ୍ତ ସରକାରୀ ବିଦ୍ୟାଳୟ ରେ ପିଲାଙ୍କୁ ବହୁ ଶ୍ରେଣୀ ଶିକ୍ଷା ଦାନ କଲା ବେଳେ କି କୌଶଳ ଶିକ୍ଷକ ଅବଲମ୍ବନ କରିବେ ସେ ବିଷୟ ରେ ଆଲୋଚନ ହେଇ ଥିଲା ତତ୍ ସହିତ ନୂତନ ଶିକ୍ଷା ଅଧିକାରୀ ଅନୁଯାୟୀ ପିଲାଙ୍କ ସାମଗ୍ରିକ ମୂଲ୍ୟାୟନ କିପରି ହେବ ସେ ବିଷୟଗତ ଆଲୋଚନ ହେଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ, ନିରୁପମା ମିଶ୍ର, ସୁଭାଷିନୀ ମେହେର, ଅଞ୍ଜଳୀ ଧରୁଆ, ସବିତା ରଣା, ଲାବନ୍ୟା ବତୀ ଧରୂଆ, ଶାନ୍ତି ଲତା ଭୋଇ, ବୀଣାପାଣି ଦାଶ, ନମିତା ପାଣିଗ୍ରାହୀ, ସଂଘମିତ୍ରା ପାଣିଗ୍ରାହୀ , ସବିତା ପାଣିଗ୍ରାହି, ମୁକ୍ତା ବେଜ୍, ସୁନନ୍ଦା ପୁରୋହିତ, ଦୀପା ନାୟକ, ଭାରତୀ ସାହୁ ଯୋଗ ଦେଇ ଥିବା ବେଳେ ଶିକ୍ଷକ ସଚିଦା ନନ୍ଦ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.