ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ମହାସଭାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ତଥା ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବାଳକୃଷ୍ଣ ଷାଣ୍ଢ, ଉପଦେଷ୍ଟା କମିଟି ସଦସ୍ଯ ଡମନ୍ ବଗର୍ତ୍ତୀ, ଛବିଲ ବଗର୍ତ୍ତୀ, ଜିଲ୍ଲା ମହିଳା ସଭାନେତ୍ରୀ ମୃଣ୍ମୟୀ ଭୋଇ, ଜୟନ୍ତୀ ବାଗ, ମାଧବୀ ଗହୀର, ଜିଲ୍ଲା ଯୁବ ଯାଦବ ସଭାପତି ସୁବ୍ରତ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ସମ୍ପାଦକ ଖୁସିରାମ ଦୀପ ସଂଗଠନକୁ ଆହୁରି ସୁଦୃଢ କରିବା ନିମନ୍ତେ ଜିଲ୍ଲା ଠାରୁ ପଞ୍ଚାୟତ, ୱାର୍ଡ ପର୍ଯ୍ୟନ୍ତ ସକ୍ରିୟ କରିବା ସହିତ ସମସ୍ତ ଯାଦବ ଶିକ୍ଷା, ସ୍ୱାସ୍ଥ୍ୟ, କଳା, ବୈଷୟିକ, ସାମାଜିକ କ୍ଷେତ୍ରରେ କିପରି ଭବରେ ଉନ୍ନତି ମୂଳକ କାର୍ଯ୍ୟ କରି ସମାଜର ଉନ୍ନତି କରିବେ ତାହା ବାର୍ତ୍ତା ଦେଇଥିଲେ। ଯେଉଁ ବ୍ଲକର ପାଞ୍ଚ ବର୍ଷ କାର୍ଯ୍ୟ କାଳ ପୁରିଯାଇଛି ସେଗୁଡ଼ିକର ନୂତନ କମିଟି ଗଠନ କରାଯିବାର ନିଷ୍ପତି ଗ୍ରହଣ ହୋଇଛି। ଏଥିରେ ୧୪ ଗୋଟି ବ୍ଲକ ଯାଦବ ସମିତିର ସଭାପତି, ସମ୍ପାଦକ ଓ ପୌରାଞ୍ଚଳ ସଭାପତି ଏବଂ ସମ୍ପାଦକ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ୍ ଦେଇଥିଲେ ବଲାଙ୍ଗୀର ଉପଖଣ୍ଡ ସହ ସମ୍ପାଦକ ସତ୍ୟ ବନଛୋର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.