ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଘର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶୀବାହାଲ ପଞ୍ଚାୟତ ଧନସରା ଗ୍ରାମର ତନୁକଲାଲ ନାଗଙ୍କ ଘର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି।ସୂଚନା ଅନୁସାରେ, ସୋମବାର କୌଣସି କାରଣ ବଶତଃ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ତନୁକ ଲାଲ ନାଗଙ୍କ ଘର ଜଳି ଘରେ ଥିବା ଟିଭି, କୁଳର, ସୋଫାସେଟ ଓ ଗୋଟିଏ ସ୍ମାର୍ଟ ଫୋନ ସମେତ ବିଭିନ୍ନ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ଏନେଇ କୋକସରା ଅଗ୍ନିଶମ ବିଭାଗକୁ ଖବର କରାଯାଇଥିଲା ହେଲେ କିଛି ସଚେତନ ପଡୋଶୀ ଓ ପରିବାର ଲୋକଙ୍କ ଉପସ୍ଥିତି ରେ ଦୁର୍ଘଟଣା କୁ ଆୟତ୍ତ କରାଯାଇଛି ଫଳରେ ପରିବାର ର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣା ପଡିଛି l ଘଟଣା ସମ୍ପର୍କରେ ଅବଗତ ହୋଇ କାସିବାହାଲ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ପ୍ରତିନିଧି ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି କ୍ଷୟ କ୍ଷତି ଆକଳନ ସହ ସରକାରୀ ଯୋଜନାରେ ଯାହାକିଛି ସମ୍ଭବ ଯୋଗେଇଦେବାକୁ ପ୍ରତିଶୃତି ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.